Latest Odisha News

BREAKING NEWS

ମାଲକାନଗିରିରେ କୁମ୍ଭୀରକୁ ମାରିଦେଲେ ଗ୍ରାମବାସୀ; ଭିଡିଓ ଭାଇରାଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଛି ଗ୍ରାମବାସୀ ଏକ କୁମ୍ଭୀରକୁ ହତ୍ୟା କରିଥିବା ନେଇ ସୂଚନା ମିଳିଛି।

ସୂଚନାନୁସାରେ, ପଡିଆ ଥାନା ଅନ୍ତର୍ଗତ କାଲଦାପଲ୍ଲୀ ଗାଁର କିଛି ଯୁବକ ମଙ୍ଗଳବାର ନିଜ ଗ୍ରାମ ନିକଟ ଏକ ନଦୀରୁ ୧୦ ଫୁଟ ଲମ୍ବା କୁମ୍ଭୀର ଧରିଥିଲେ। ପରେ ଏକ ଦଉଡିରେ ତା’ର ପାଟି ବାନ୍ଧି ଗ୍ରାମବାସୀମାନେ ନିଜ ଗାଁକୁ ଆଣିଥିଲେ। ଏହା ପରେ ସେମାନେ ଏକ ଗଛରେ କୁମ୍ଭୀରକୁ ଟାଙ୍ଗିଦେଇ ଏକ ଧାରୁଆ ଅସ୍ତ୍ରରେ ତାକୁ ହତ୍ୟା କରିଥିଲେ।

ପରେ ଗ୍ରାମବାସୀ କୁମ୍ଭୀରକୁ ଖଣ୍ଡ ଖଣ୍ଡ କରି କାଟି ତା’ର ମାଂସକୁ ବାଣ୍ଟି ନେଇଥିବା ଆଲୋଚନା ହେଉଛି । ଏସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣା ବିଷୟରେ କାଲିମେଳାର ବନ ରେଞ୍ଜର ରାମଚନ୍ଦ୍ର ମାଡକାମି କହିଛନ୍ତି ଯେ ବନ କର୍ମଚାରୀଙ୍କ ଏକ ଦଳ ଗାଁକୁ ଯାଇଛନ୍ତି, ତଥାପି ଏନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳି ନାହିଁ।

Comments are closed.