Latest Odisha News

BREAKING NEWS

ଦୀପାବଳି ଲାଗି ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ, ବାଣ ଫୁଟା ଓ ବିକ୍ରି ଅନୁମତି ମିଳିଲା

ନୂଆଦିଲ୍ଲୀ : ସାରା ଦେଶରେ ଦୀପାବଳି ଉପଲକ୍ଷେ ବାଣ ବିକ୍ରିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ପ୍ରତୀକ୍ଷିତ ରାୟ ପ୍ରଦାନ କରିଛନ୍ତି । ଏହି ରାୟ ଅନୁଯାୟୀ ସାରା ଦେଶରେ ବାଣ ବିକ୍ରି ତଥା ଫୁଟାଇବା ପାଇଁ ଅନୁମତି ମିଳିବା ସହ ଏହା ଉପରେ ସାମାନ୍ୟ କଟକଣା ଲଗାଇଛନ୍ତି ।

ବାଣ ଗୁଡିକର ଅନଲାଇନ ବିକ୍ରି ତଥା ଇ-କମର୍ସ ଜରିଆରେ ବିକ୍ରି ଉପରେ କଟକଣା ଜାରି କରିବା ସହ କମ୍ ପ୍ରଦୂଷଣଯୁକ୍ତ ବାଣ ବିକ୍ରି ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଆହୁରି ମଧ୍ୟ କେବଳ ଲାଇସେନ୍ସଧାରୀ ଟ୍ରେଡର୍ସ ହିଁ ବିକ୍ରି କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ପରିବେଶର ସୁରକ୍ଷା ପାଇଁ କୋର୍ଟ ବାଣ ଫୁଟାଇବା ପାଇଁ ରାତି ୮ଟାରୁ ୧୦ଟା ମଧ୍ୟରେ ସମୟ ନିର୍ଦ୍ଧାରଣ କରିଛନ୍ତି । ଏହି ନିୟମ ସାରା ଦେଶ ପାଇଁ ଲାଗୁ ହେବ । କୋର୍ଟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ନ ମାନିଲେ କୋର୍ଟ ଦାୟିତ୍ୱରେ ଥିବା ତଦନ୍ତକାରୀ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସାରା ଦେଶରେ ବାଣ ବିକ୍ରି ଓ ତାର ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପୂର୍ବରୁ ଏକ ମାମଲା କୋର୍ଟରେ ଦାଏର କରାଯାଇଥିଲା । ଅନ୍ୟପକ୍ଷରେ ବାଣ ଉତ୍ପାଦନ ଉପରେ ନିର୍ଭର କରି ଅନେକ ଲୋକ ଜୀବିକା ନିର୍ବାହ କରୁଥିବାରୁ କୋର୍ଟ ଏହି ମାମଲାରେ କୋହଳ ନୀତି ଗ୍ରହଣ କରିଥିବାନେଇ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.