ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ ସଫଳତା । ଖୋର୍ଦ୍ଧାର ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ମନୋରଞ୍ଜନ ସାହୁକୁ ଜଟଣୀ ବାଇପାସରୁ ଗିରଫ କରାଯାଇଛି । ତା’ନିକଟରୁ ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ୫୦ ଲକ୍ଷ ଟଙ୍କା ହେବ । ଏଥି ସହତ ଗୋଟିଏ ପିସ୍ତଲ, ବାଇକ ଏବଂ ନଗଦ ୧୬ ହଜାର ୫ଶହ ଟଙ୍କା ଜବତ ହୋଇଛି ।
ଗତ ଜୁନ ୧୬ରେ ଦଧିମାଛଗାଡିଆ ଲାଲ ପ୍ରଧାନ ହତ୍ୟାକାଣ୍ଡରେ ମନୋରଞ୍ଜନ ସାହୁ ସଂପୃକ୍ତ ଥିଲା । ମନୋରଞ୍ଜନକୁ ଧରିବା ପାଇଁ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ଆଜି ତାକୁ ଗିରଫ କରାଯାଇଥିବା ପ୍ରେସମିଟରେ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି । ମନୋରଂଜନ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।
BREAKING NEWS
- BJD Foundation Day :ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ବିଜେଡ଼ି ସୁପ୍ରିମୋ ନବୀନଙ୍କ ବର୍ତ୍ତା…
- Another Indian student shot dead: ପୁଣି ଜଣେ ଭାରତୀୟଙ୍କୁ କାନାଡ଼ାରେ ଗୁଳି କରି ହତ୍ୟା
- Odisha Vigilance: ଭିଜିଲାନ୍ସ ହାତରେ କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ
- Atal Canteen: ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ମାତ୍ର ୫ ଟଙ୍କାରେ ରୁଟି,ଭାତ,ଡ଼ାଲି, ତରକାରୀ ସବୁକିଛି…
- ଖୋର୍ଦ୍ଧା ହେବ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା
- ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାର
- Ex-MLA Sanchita Mohanty Passes Away: ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ
- ISIS ଆତଙ୍କବାଦୀ ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ସାମ୍ନାକୁ ଆସିଲା ଭିଡିଓ, ଜାଣନ୍ତୁ କଣ କହିଲେ ଟ୍ରମ୍ପ
- Indian Railways: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ
- Cold Wave: ଜାଡ଼ରେ ଥରୁଛି ଓଡ଼ିଶା, ୨ ଦିନ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ
Comments are closed.