ଆଟେଂୱର୍ପ: କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହାର ମୁକାବିଲା କରିବା ସହ କିପରି ଭଲରେ ସମୟ ଅତିବାହିତ କରିହେବ ସେ ନେଇ ବିଭିନ୍ନ କୌଶଳର ପ୍ରୟୋଗ ଆରମ୍ଭ ହୋଇଛି । ବେଲଜିୟମର ଆଟେଂୱର୍ପରେ ଟ୍ରି ଟେଂଟ (ଗଛ ଉପରେ ଝୁଲନ୍ତା ତମ୍ବୁ) ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି । ସାମାଜିକ ଦୂରତା ନିୟମ ଅବଲମ୍ବନ କରାଯିବା ସହ ଲୋକମାନେ ମଉଜ କରିବାକୁ ସୁବିଧା ପାଉଛନ୍ତି । ନେଦରଲ୍ୟାଣ୍ଡର ଡିଜାଇନର ଡ୍ରେ ୱେପନର ଏହାକୁ ପ୍ରସ୍ତୁତ କରିଛନ୍ତି ।
ଜଙ୍ଗଲ ମଧ୍ୟରେ ବଡ ବଡ ଗଛ ଉପରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରଖାଯାଇ ଏହି ଝୁଲନ୍ତା ତମ୍ବୁ ପ୍ରସ୍ତୁତ କରାଯାଇଛି । ଗଛ ଉପରେ ଚଢ଼ିବା ପାଇଁ ସିଢ଼ିର ବ୍ୟବସ୍ଥା କରାଯାଇଛି । ପ୍ରାକୃତିକ ପରିବେଶର ନୀରବତା ମଧ୍ୟରେ ନିଜର ନିକଟତମ ଲୋକ ସହ ଗଛ ଉପରେ ରହିବା ଅନୁଭୂତି ସେମାନଙ୍କ ପାଇଁ ନୂତନ ଅଭିଜ୍ଞତା ଆଣୁଛି ।
BREAKING NEWS
- ଆସୁଛି ପାର୍ବଣ, କିଏ ସମ୍ଭାଳିବେ କମିଶନରେଟ୍ ପୋଲିସର ମଙ୍ଗ? ନୂଆ ଡିସିପି ପଦ ପାଇଁ ଏକାଧିକ ଆଇପିଏସଙ୍କ ନାଁ ଚର୍ଚ୍ଚାରେ
- ବିରୋଧର ନୂଆ ତରିକା: ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଗାଡ଼ିକୁ ଅଣ୍ଡା ଫିଙ୍ଗିଲେ ଅସନ୍ତୁଷ୍ଟ ଯୁବକ
- ଶ୍ରୀମନ୍ଦିରରେ ମହାପ୍ରସାଦର ମାନ ଓ ଦର ନିର୍ଦ୍ଧାରଣ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ
- ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ:ଶିଳ୍ପ ମନ୍ତ୍ରୀ
- କ୍ୟାଟ୍ରିନା ଓ ଐଶ୍ୱର୍ଯ୍ୟାଙ୍କୁ ବଡି ଶେମିଂ: ସମାଜରେ ମୋଟାପଣକୁ ନେଇ କାହିଁକି ଏତେ ଘୃଣା?
- ୟୁପିଆଇ ନେଣଦେଣ ବିବାଦ ଉପରେ ନବୀନଙ୍କ ବଡ଼ ବୟାନ: ‘ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ହେବା ଜରୁରୀ’
- ମୋବାଇଲ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର: ଶସ୍ତା ହୋଇପାରେ ରିଚାର୍ଜ
- ହାତରୁ ଗଲା ‘ଯୋଡ଼ା ଫୁଲ’, ଏବେ ସୁପ୍ରିମକୋର୍ଟ ଭରସାରେ ମମତା
- ଲଘୁଚାପ ସହ ପ୍ରବଳ ବର୍ଷା ନିଶ୍ଚିତ: ସେପ୍ଟେମ୍ବରରେ ଓଡ଼ିଶାକୁ ଡରାଉଛି ସମ୍ଭାବ୍ୟ ବାତ୍ୟା?
- ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ବଦଳିଲା ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମୟସୀମା

Comments are closed.