Latest Odisha News

ବେଲଜିୟମରେ ଲୋକପ୍ରିୟ ହେଉଛି ଟ୍ରି ଟେଂଟ, ସାମାଜିକ ଦୂରତା ଆଉ ମଉଜ ଏକାଠି

ଆଟେଂୱର୍ପ: କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହାର ମୁକାବିଲା କରିବା ସହ କିପରି ଭଲରେ ସମୟ ଅତିବାହିତ କରିହେବ ସେ ନେଇ ବିଭିନ୍ନ କୌଶଳର ପ୍ରୟୋଗ ଆରମ୍ଭ ହୋଇଛି । ବେଲଜିୟମର ଆଟେଂୱର୍ପରେ ଟ୍ରି ଟେଂଟ (ଗଛ ଉପରେ ଝୁଲନ୍ତା ତମ୍ବୁ) ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି । ସାମାଜିକ ଦୂରତା ନିୟମ ଅବଲମ୍ବନ କରାଯିବା ସହ ଲୋକମାନେ ମଉଜ କରିବାକୁ ସୁବିଧା ପାଉଛନ୍ତି । ନେଦରଲ୍ୟାଣ୍ଡର ଡିଜାଇନର ଡ୍ରେ ୱେପନର ଏହାକୁ ପ୍ରସ୍ତୁତ କରିଛନ୍ତି । ଜଙ୍ଗଲ ମଧ୍ୟରେ ବଡ ବଡ ଗଛ ଉପରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରଖାଯାଇ ଏହି ଝୁଲନ୍ତା ତମ୍ବୁ ପ୍ରସ୍ତୁତ କରାଯାଇଛି । ଗଛ ଉପରେ ଚଢ଼ିବା ପାଇଁ ସିଢ଼ିର ବ୍ୟବସ୍ଥା କରାଯାଇଛି । ପ୍ରାକୃତିକ ପରିବେଶର ନୀରବତା ମଧ୍ୟରେ ନିଜର ନିକଟତମ ଲୋକ ସହ ଗଛ ଉପରେ ରହିବା ଅନୁଭୂତି ସେମାନଙ୍କ ପାଇଁ ନୂତନ ଅଭିଜ୍ଞତା ଆଣୁଛି ।

Leave A Reply

Your email address will not be published.