ନ୍ୟୁୟର୍କ:ପପ୍ ଷ୍ଟାର ମାଇକେଲ ଜ୍ୟାକସନଙ୍କ ଏକ ସିକ୍ରେଟ ଡାଏରୀ ଏବେ ଚର୍ଚ୍ଚାର କାରଣ ସାଜିଛି । ଉକ୍ତ ଡାଏରୀରେ ସେ ତାଙ୍କୁ ହତ୍ୟା କରାଯିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ସାମ୍ବାଦିକ ହାଏଲନ ହାୱାର୍ଡ ଆନ ଅନପ୍ରେସିଡେଂଟେଡ ଇନଭେଷ୍ଟିଗେଶନ ଇନଟୁ ଦି ମାଇକେଲ ଜ୍ୟାକସନ କଭର ଅପରେ ଏହା ଉଲ୍ଲେଖ କରିଛନ୍ତି । ୨୫ ଜୁନ ୨୦୦୯ରେ ଜ୍ୟାକସନଙ୍କ ମୃତ ଦେହ ତାଙ୍କୁ ଘରୁ ଉଦ୍ଧାର କରାଯାଇଥିଲେ । ୫୦ ବର୍ଷୀୟ ଜ୍ୟାକସନଙ୍କ ମେଡିକାଲ ରିପୋର୍ଟ ଭିନ୍ନ ଭିନ୍ନ ଆସିବାରୁ ସନ୍ଦେହ ଉପୁଜିଥିଲା । ଅତ୍ୟଧିକ ଔଷଧ ସେବନ କରିଥିବାରୁ ମୃତ୍ୟୁ ଘଟିଥିବା ଗୋଟିଏ ରିପୋର୍ଟରେ ପ୍ରକାଶ ପାଇଥିବା ବେଳେ ଆଉ କେତେକ ରିପୋର୍ଟରେ ହାର୍ଟଆଟାକ ଯୋଗୁ ଏହା ଘଟିଥିବା ଉଲ୍ଲେଖ କରାଯାଇଥିଲା ।ସିକ୍ରେଟ ଡାଏରୀରେ ଜ୍ୟାକସନ ନିଜକୁ ପୁନଃ ମାର୍କେଟରେ ପ୍ରତିଷ୍ଠିତ କରିବା ପାଇଁ ଯୋଜନା ଆରମ୍ଭ କରିଥିଲେ । ଏହା ଦ୍ୱାରା ସେ ତାଙ୍କ କରଜ ଶୁଝିବେ ବୋଲି ଅନ୍ତିମ ପ୍ରୟାସ କରିଥାନ୍ତେ । ପ୍ରତି ସପ୍ତାହରେ ଜ୍ୟାକସନ ୯୭ କୋଟି ଟଙ୍କା ଆୟ କରୁଥିଲେ । ୨୦,୦୦୦ ଲିଗ୍ସ ଅଣ୍ଡର ଦି ସି ଓ ଦି ସେଭେନ୍ଥ ବୟଜ ଅଫ ସିନ୍ଦବାଦ ଭଳି କ୍ଲାସିକ ଫିଲ୍ମର ରିମେକ୍ କରିବା ପାଇଁ ଯୋଜନା କରୁଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସମ୍ପତି ନିଜ ହାତକୁ ଆଣିବା, ବିଶ୍ୱରେ ଏକ ନମ୍ବର ହେବା ଓ ଅମର ରହିବା ଜ୍ୟାକସନଙ୍କ ସ୍ୱପ୍ନ ଥିଲା ବୋଲି ସେ ଡାଏରୀରେ ଉଲ୍ଲେଖ କରିଥିଲେ ।
BREAKING NEWS
- ଗାଁ ରେ ମଦ ବିକ୍ରିକୁ ନେଇ ମହିଳାଙ୍କ ବିରୋଧ, ଥାନାରେ ଏତଲା
- ଚେସ ଖେଳାଳି କାସ୍ପାରୋଭ କହିଲେ ରାହୁଲ ଗାନ୍ଧୀଙ୍କ ସହ କେବଳ ମଜା କରିଥିଲି
- କେଉଁଠି ତାତି ତ କେଉଁଠି ବନ୍ୟା..
- ବଢିଲା ଏଲଭିଶ ଯାଦବଙ୍କ ଅଡୁଆ, ମନି ଲଣ୍ଡରିଂ କେସ ରୁଜୁ କଲା ଇଡି
- ହରଦୀପ ସିଂ ନିଜ୍ଜର ହତ୍ୟା ମାମଲା: ୩ ଜଣଙ୍କୁ ଗିରଫ କରିଛି କାନାଡା ପୋଲିସ
- ରାଜ୍ୟରେ ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା
- ଟିକେଟ୍ ଫେରାଇଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି
- ଆଜି ୪ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ନବୀନ
- ଆଜି ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, କରିବେ ନିର୍ବାଚନୀ ପ୍ରଚାର
- ପାକିସ୍ତାନ ସୀମାରେ ପଶି ଆମ ସେନାକୁ ହତ୍ୟା କରୁଛି ଭାରତ: ଇମ୍ରାନ ଖାନ୍