Latest Odisha News

BREAKING NEWS

ସାଓମି ଟିଭି ଷ୍ଟିକ୍ ଲଞ୍ଚ, ସାଧାରଣ ଏଲଇଡ଼ି/ଏଲସିଡ଼ି ଟିଭିଗୁଡ଼ିକୁ ସ୍ମାର୍ଟ ଟିଭି  କରିବାରେ ସକ୍ଷମ ହେବ

ନୂଆଦିଲ୍ଲୀ: ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ସାଓମି ଏହାର ଫାୟାର ଟିଭି ଷ୍ଟିକ୍ ମି ଟିଭି ଷ୍ଟିକ୍ ଲଞ୍ଚ କରିଛି। ଆଣ୍ଡ୍ରଏଡ୍ ଟିଭି ପ୍ଲାଟଫର୍ମରେ ଚାଲୁଥିବା ଏହି ଟିଭି ଷ୍ଟିକ୍ ମାଧ୍ୟମରେ ଯେକୌଣସି  ସାଧାରଣ ଏଲଇଡ଼ି କିମ୍ବା ଏଲସିଡ଼ି ଟିଭି ସ୍ମାର୍ଟ ଟିଭିରେ ପରିଣତ ହୋଇପାରିବ | ଏହି ଫାୟାର ଷ୍ଟିକ୍ ମାଧ୍ୟମରେ ଆମାଜନ ପ୍ରାଇମ ଭିଡିଓ, ନେଟଫ୍ଲିକ୍ସ, ଜି୫, ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମଗୁଡିକ ଉପଲବ୍ଧ ହେବ | ଏହି ଫାୟାର ଟିଭି ଷ୍ଟିକରେ ଗୁଗୁଲ୍ ଆସିଷ୍ଟାଣ୍ଟ ବୈଶିଷ୍ଠ୍ୟ ମଧ୍ୟ ଦିଆଯାଇଛି | ସାଓମି ଏହାର ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଉପକରଣ ସହିତ ୟୁରୋପୀୟ ବଜାରରେ ଏହି ଫାୟାର ଟିଭି ଷ୍ଟିକ୍ ଲଞ୍ଚ କରିଛି |

 ମି ଟିଭି ଷ୍ଟିକର ଲୁକ୍ ଏବଂ ଡିଜାଇନ୍ ମୁଖ୍ୟତ ଏୟାରଟେଲ ଏବଂ ଆମାଜନର ଫାୟାର ଟିଭି ଷ୍ଟିକ୍ ସହିତ ସମାନ | ଏହା ଏଚଡ଼ିଏମଆଇ  ପୋର୍ଟ ମାଧ୍ୟମରେ ଏଲଇଡ଼ିକିମ୍ବା ଏଲସିଡ଼ି ଟିଭି ସହିତ ସଂଯୁକ୍ତ ହୋଇପାରିବ | ଏହା ସହିତ, ଏହା ଡଲବି  ଆଟମସ୍ ଏବଂ ଡିଟିଏସ ସାଉଣ୍ଡ ଫର୍ମାଟକୁ ମଧ୍ୟ ସମର୍ଥନ କରେ | ୟୁରୋପୀୟ ବଜାରରେ ୩୯.୯୯ ୟୁରୋ (ପ୍ରାୟ ୩,୪୦୦ ଟଙ୍କା) ମୂଲ୍ୟରେ ଏହା ଲଞ୍ଚ କରାଯାଇଛି। ଏହା କଳା ରଙ୍ଗ ବିକଳ୍ପ ସହିତ ୧୦୮୦ପିକ୍ସେଲ ଏଚଡ଼ି ଫର୍ମାଟରେ ଉପଲବ୍ଧ |

ବୈଶିଷ୍ଠ୍ୟ ଗୁଡିକ:

ମି ଟିଭି ଷ୍ଟିକ୍ ଏକ କ୍ୱାଡ୍ କୋର୍ ପ୍ରୋସେସର୍ ଏବଂ ୧ ଜିବି ରାମ୍ ସହିତ ଆସିଥାଏ | ଏଥିରେ ୮ ଜିବି ଆଭ୍ୟନ୍ତରୀଣ ଷ୍ଟୋରେଜ୍ ଅଛି | ଏହା ମାଧ୍ୟମରେ, ଏଚଡ଼ି ଗୁଣବତ୍ତା ଭିଡିଓ ୬୦ଏଫବିଏସ ରେ ସମର୍ଥିତ ହୋଇପାରିବ, ଯାହାର ରେଜୋଲୁସନ ୧,୦୮୦ x ,୯୨୦  ପିକ୍ସେଲ | ତଥାପି, ଆଜିକାଲି ଅଲଟ୍ରା ଏଚଡ଼ି  / ୪କେ  ଫର୍ମାଟ୍ ବହୁତ ଲୋକପ୍ରିୟ | ଏହି ଫାୟାର ଷ୍ଟିକ୍ ପୂର୍ବରୁ ସ୍ଥାପିତ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ଆପ୍ ସହିତ ଆସିଥାଏ | ଏଥିସହ, ଏହା ବ୍ଲୁଟୁଥ୍ ରିମୋଟ ଏବଂ ଗୁଗୁଲ୍ ଆସିଷ୍ଟାଣ୍ଟ ବୈଶିଷ୍ଠ୍ୟ ମଧ୍ୟ ପ୍ରଦାନ କରିଛି | ଏହା ଭଏସ୍ କମାଣ୍ଡ ମାଧ୍ୟମରେ ମଧ୍ୟ ନିୟନ୍ତ୍ରିତ ହୋଇପାରିବ |

ତେବେ ଏହା କେବେ ଭାରତରେ ଲଞ୍ଚ ହେବ ତାହା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.