Latest Odisha News

BREAKING NEWS

ସିରିଜ ହାତେଇବା ଲକ୍ଷ୍ୟରେ ଆଜି ଭାରତ-ୱେଷ୍ଟଇଣ୍ଡିଜ କଡ୍ଡା ମୁକାବିଲା

ମୁମ୍ବାଇ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୪ର୍ଥ ଦିନିକିଆ ମ୍ୟାଚ ଖେଳାଯିବ । ମୁମ୍ବାଇର ବାବର୍ଣ୍ଣ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି ।

୧-୧ରେ ଚାଲୁଥିବା ଭାରତୀୟ ଦଳ ଏହି ସିରିଜରେ ନିଜ ଦବଦବା ବଜାୟ ରଖିବା ଲକ୍ଷ୍ୟନେଇ ବିରାଟ ବିଗ୍ରେଡ ୱେଷ୍ଟଇଣ୍ଡିଜକୁ ମଇଦାନରେ କଡ୍ଡା ଟକ୍କର ଦେବ । ଏଥିସହିତ ଆହତ ଜନିତ କାରଣରୁ ଦଳରୁ ବାଦ ପଡିଥିବା କେଦାର ଯାଦବଙ୍କୁ ଏହି ମ୍ୟାଚରେ ସୁଯୋଗ ମିଳିବା ନେଇ ସୂଚନା ମିଳୁଛି । ସେ ଋଷଭ ପନ୍ଥଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି ।

ସୋମବାର ଦିନ ଖେଳାଯିବାକୁ ଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ମଧ୍ୟ ସିରିଜ ଜିତିବା ପାଇଁ ଜୋରଦାର ଚେଷ୍ଟା କରିବ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ସିରିଜ ହାତେଇବା ଲାଗି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଅନ୍ୟପକ୍ଷରେ ଏହି ବାବର୍ଣ୍ଣ ଷ୍ଟାଡିୟମରେ ଶେଷଥର ପାଇଁ ୨୦୦୯ ରେ ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିଲା ବେଳେ ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୧୭ ରେ ଶେଷଥର ପାଇଁ ଖେଳାଯାଇଥିଲା ।

ଟିମ୍ ଇଣ୍ଡିଆ:- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଅମ୍ବାତି ରାୟଡୁ, ମହେନ୍ଦ୍ର ସିଂହ ଧୋନୀ, ଶିଖର ଧୱନ, ଋଷଭ ପନ୍ଥ/କେଦାର ଯାଦବ, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଯୁଜ ବେନ୍ଦ୍ର ଚହଲ୍, ଯଶପ୍ରିତ ବୁମରା, ଭୁବନେଶ୍ୱର କୁମାର ପ୍ରମୁଖ ।

Leave A Reply

Your email address will not be published.