ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ ରହିଛି । ରାଜ୍ୟରେ ଯେତିକି ପଜିଟିଭ୍ ବାହାରିଛନ୍ତି ସେଥିରୁ ଅଧାରୁ ଅଧିକ କେବଳ ୪ଟି ଜିଲ୍ଲାରୁ ଅଛନ୍ତି ।
୪ ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍
ରାଜ୍ୟରେ ବର୍ତ୍ତମାନ ୪ ହଜାର ୪୧୨ଟି କୋଭିଡ ଆକ୍ଟିଭ୍ କେସ ରହିଛି । କିନ୍ତୁ ଲକଡାଉନ୍ ଘୋଷଣ ହୋଇଥିବା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ଅଛି ମୋଟ୍ ୨ ହଜାର ୮୪୫ ଆକ୍ଟିଭ୍ କେସ୍ । ଅର୍ଥାତ୍ ରାଜ୍ୟରେ ବର୍ତ୍ତମାନ ଯେତିକି ଚିକିତ୍ସାଧୀନ ଅଛନ୍ତି, ତାର ୬୪ ପ୍ରତିଶତ ଚାରିଟି ଜିଲ୍ଲାର ଆକ୍ରାନ୍ତ ଅଛନ୍ତି ।
୪ ଜିଲ୍ଲାରେ ୮ ହଜାର ୫୦୯ ପଜିଟିଭ୍
ରାଜ୍ୟରେ ବର୍ତ୍ତମାନ ପଜିଟିଭ୍ ସଂଖ୍ୟା ୧୫ହଜାର ୩୯୨ । ଚାରିଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁରରୁ ବାହାରିଛନ୍ତି ମୋଟ୍ ୮ ହଜାର ୫୦୯ ଆକ୍ରାନ୍ତ । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୫୫ ପ୍ରତିଶତ ଚାରି ଜିଲ୍ଲାର ଭୂତାଣୁ ସଂକ୍ରମିତ ।
୪ ଜିଲ୍ଲାରେ ୭୦ ମୃତ
ରାଜ୍ୟରେ କରୋନା ନେଇଛି ୭୯ ମୁଣ୍ଡ । ଅଧିକ ସଂକ୍ରମିତ ଚାରି ଜିଲ୍ଲାରେ ମଲେଣି କେବଳ ୭୦ ଭୂତାଣୁ ସଂକ୍ରମିତ । ରାଜ୍ୟର ମୃତ୍ୟୁସଂଖ୍ୟାର ୮୮ ପ୍ରତିଶତ କେବଳ ସେସବୁ ଜିଲ୍ଲାରୁ ଅଛନ୍ତି ।
BREAKING NEWS
- ମୁଁ ଭାରତ କେବେ ଫେରିବି କହିହେବ ନାହିଁ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା
- ଟାଟା ସହଭାଗିତାରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଭାବେ ଉନ୍ନିତ ହେବ ୨୨ଟି ସରକାରୀ ITI
- ଟି୨୦ ବିଶ୍ୱକପରେ ଅଭିଷେକଙ୍କ ଅଲୋଡା ବିଶ୍ୱରେକର୍ଡ
- ଥାଇଲ୍ୟାଣ୍ଡରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ଗୁହାରି
- Cuttack Firing:କଟକରେ ଗୁଳିକାଣ୍ଡ;ଯୁବକ ମୃତ, ଛାତିରେ ବାଜିଥିଲା ଗୁଳି
- ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ଜମ୍ମୁ-କଶ୍ମୀର
- କୁନୋରେ ବଢିଲା ଚିତା ସଂଖ୍ୟା; ଗାମିନୀର ୩ ଶାବକ ଜନ୍ମ
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଅରୁଣିମା-୨୦୨୬’ କାର୍ଯ୍ୟକ୍ରମ
- ଟି୨୦ ବିଶ୍ୱକପ: ସେମିଫାଇନାଲରେ ଭେଟ ହୋଇ ପାରନ୍ତି ଭାରତ-ପାକିସ୍ତାନ
- ଭୁବନେଶ୍ୱରରେ ଖଣ୍ଡା ଆକ୍ରମଣ ଘଟଣା; ନାବାଳକ ସମେତ ୪ ଗିରଫ
Comments are closed.