Latest Odisha News

BREAKING NEWS

U-୧୮ ଏସୀୟ ବାଳିକା ରଗବୀ ଚାମ୍ପିୟନ୍ସିପ: ଭାରତୀୟ ବାଳିକା ୪ର୍ଥ ସ୍ଥାନରେ ସନ୍ତୁଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ U-୧୮ ଏସୀୟ ବାଳିକା ରଗବୀ ସେଭେନ୍ ଚାମ୍ପିୟନ୍ସିପରେ ଭାରତୀୟ ଦଳକୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

କଳିଙ୍ଗ ଷ୍ଟାଡ଼ିୟମରେ ୧୨ଟି ଏସୀୟ ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ଏହି ରଗବୀ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ ଭାରତୀୟ ଦଳ ଉନ୍ନତ ଖେଳ ପ୍ରଦର୍ଶନ କରିପାରିଛି । ଲଗାତର ୩ଟି ମ୍ୟାଚରେ ଭାରତୀୟ ଦଳ ବିଜୟ ହାସଲ କରିବା ପରେ ରବିବାର ଦିନ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ହଂକଂ ଦଳଠାରୁ ୫୦-୭ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ।

ଭାରତୀୟ ବାଳିକା ରଗବୀ ସେଭେନ୍ ଦଳ କିନ୍ତୁ ବ୍ରୋଞ୍ଜ ମେଡ଼ାଲ୍ ଲାଗି ଉଦ୍ଧିଷ୍ଟ ମ୍ୟାଚରେ ଥାଇଲାଣ୍ଡଠାରୁ ୨୫-୦ରେ ପରାସ୍ତ ହୋଇ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ପୂର୍ବରୁ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୮୯-୦ରେ ଭାରତ ପରାସ୍ତ କରିପାରିଥିଲା । ଭାରତୀୟ ବାଳିକାମାନେ ସେମାନଙ୍କର ପ୍ରଥମ ମ୍ୟାଚରେ ୟୁଏଇକୁ ୨୨-୫ ଜିତି ଭଲ ଆରମ୍ଭ କରିଥିଲେ । ଭାରତୀୟ ଦଳରେ ଯେଉଁ ୫ଜଣ ଓଡ଼ିଆ ଝିଅ ପ୍ରତିନିଧିତ୍ୱ କରିଛନ୍ତି, ସେମାନେ ହେଲେ ସୁମିତ୍ରା ନାୟକ (ଉପ-ଅଧିନାୟିକା), ସୋନୀ ମନ୍ଦାଙ୍ଗୀ, ଜେମାମଣୀ ନାଏକ, ଲିଜା ସରଦାର ଏବଂ ପାର୍ବତୀ କିସ୍କୁ ।

ଯେଉଁ ୧୨ଟି ଦେଶକୁ ନେଇ ଏହି U-୧୮ ଏସୀୟ ବାଳିକା ରଗବୀ ସେଭେନ୍ ଚାମ୍ପିୟନ୍ସିପ ଅନୁଷ୍ଠିତ ହେଉଛି ସେହି ଏସୀୟ ଦେଶ ଗୁଡ଼ିକ ହେଉଛି – ହଂକଂ, ଚୀନ, ୟୁଏଇ, ଫିଲିପାଇନସ, ଲାଓସ, କାତାର, ନେପାଳ, ଚାଇନିଜ ତାଇପେଇ, ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ ଏବଂ ଭାରତ ।

Leave A Reply

Your email address will not be published.