Latest Odisha News

BREAKING NEWS

ଏୟାରସେଲ-ମ୍ୟାକ୍ସିସ ମାମଲା: କାର୍ତ୍ତିଙ୍କ ବିଦେଶ ଗସ୍ତ ଆବେଦନକୁ ଅଗ୍ରାହ୍ୟ କଲେ କୋର୍ଟ

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ପଟିଆଲା ହାଉସ କୋର୍ଟ ଗୁରୁବାର ଦିନ ଏୟାରସେଲ-ମ୍ୟାକ୍ସିସ ଡିଲ୍ ମାମଲାରେ ସମ୍ପୃକ୍ତ ଥିବା କେନ୍ଦ୍ରମନ୍ତ୍ରୀ ପି ଚିନ୍ଦାମ୍ବରମ୍ ଓ ତାଙ୍କ ପୁଅଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ନଭେମ୍ବର ୨୬କୁ ବଢାଇଛନ୍ତି ।

ଅନ୍ୟପକ୍ଷରେ କୋର୍ଟ ଏହି ଅବଧିକୁ ବଢାଇଥିବା ବେଳେ ବିଦେଶ ଗସ୍ତରେ ଯିବାକୁ ଚାହୁଁଥିବା କାର୍ତ୍ତି ଚିନ୍ଦାମ୍ବରମଙ୍କ ଏକ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି । ସୂଚନା ଅନୁୀଯାୟୀ ଏୟାରସେଲ-ମ୍ୟାକ୍ସିସ ମାମଲାର ଶୁଣାଣି ଶୀଘ୍ର କରିବା ପାଇଁ କୋର୍ଟରେ ଏକ ଆବେଦନ କରିଥିଲେ କାର୍ତ୍ତି ।

ଆହୁରି ମଧ୍ୟ କୋର୍ଟ କାର୍ତ୍ତିଙ୍କ ଏହି ଆବେଦନକୁ ଖାରଜ କରିବା ସହ କହିଛନ୍ତି ଯେ ବିଦେଶ ଯାତ୍ରା କୌଣସି ଜରୁରୀ କାର୍ଯ୍ୟ ନୁହେଁ, କୋର୍ଟ ପାଖରେ କ୍ଷମତା ଠାରୁ ଅଧିକ ମାମଲାର ଶୁଣାଣି ଅପେକ୍ଷାରେ ରହିଛି ।

ଉଲ୍ଲେଖଯୋଗ୍ୟ ଏୟାରସେଲ-ମ୍ୟାକ୍ସିସ ଓ ଆଇଏନଏକ୍ସ ମିଡିଆ ସମେତ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା କାର୍ତ୍ତିଙ୍କ ସମ୍ପୃକ୍ତିକୁ ନେଇ ଉଭୟ ଇଡି ଓ ସିବିଆଇ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.