Latest Odisha News

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତେଜପତ୍ର, ଜାଣନ୍ତୁ…

ଭୁବନେଶ୍ୱର: ତେଜପତ୍ରକୁ ପ୍ରାୟ ସମସ୍ତେ ମସଲା ଭାବେ ବ୍ୟବହାର କରିଥାଆନ୍ତି । ରୋଷେଇ ଘରେ ମସଲା ଭାବେ ବ୍ୟବହୃତ ହେଉଥିବା ଏହି ତେଜପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ।

ଜାଣନ୍ତୁ, ତେଜପତ୍ରରେ ଥିବା କିଛି ଔଷଧୀୟ ଗୁଣ ସମ୍ପର୍କରେ…

ତେଜପତ୍ରରେ କପର୍‌, ପୋଟାସିୟମ୍‌, କ୍ୟାଲସିୟମ ଓ ଆଇରନ୍ ଭଳି ତତ୍ୱ ରହିଛି । ଯାହା ଶରୀର ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ପେଟ ଜନିତ ସମସ୍ୟାରୁ ଉପଶମ ଦେଇଥାଏ ତେଜପତ୍ର । ଆପଣ ଚାହିଁଲେ ଚା’ରେ ପକାଇ ପିଇ ପାରିବେ ।

ଏଥିରେ ଭରପୂର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ଏ ଓ ସି ରହିଥାଏ । ଭିଟାମିନ୍ ଏ’ ଆଖି ଜନିତ ସମସ୍ୟା ଦୂର କରିବାରେ ସହାୟକ ହେଉଥିବା ବେଳେ ଭିଟାମିନ୍‌-ଓ ଶରୀରରେ ଧଳା ରକ୍ତ ସେଲ୍ସକୁ ବୃଦ୍ଧି କରିଥାଏ ।

ତେଜପତ୍ର ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍ ଉପକାରୀ । ବ୍ଲଡ୍ ସୁଗାରର ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ତେଜପତ୍ର ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

 

Leave A Reply

Your email address will not be published.