Latest Odisha News

BREAKING NEWS

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ କରାଇବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏବେ ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସ କରୁଛି ।

ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ମୁମ୍ବାଇ ପୋଲିସକୁ ନିଜ କାମ କରିବାକୁ ଦେବା ଉଚିତ୍ ।

ଚିଫ୍ ଜଷ୍ଟିସ୍ ଏସ ଏ ବୋବଡେ, ଜଷ୍ଟିସ୍ ଏ ଏସ୍ ବୋପତ୍ରା ଓ ବି ରାମାସୁବ୍ରମଣ୍ୟମ ଖଣ୍ଡପୀଠ କହିଛନ୍ତି ଯେ ମୁମ୍ବାଇ ପୋଲିସକୁ ତା’ର କାମ କରିବାକୁ ଦେବା ଉଚିତ୍ । ଯଦି ସେମିତି କିଛି ଅଛି ତାହେଲେ ବମ୍ବେ ହାଇକୋର୍ଟରେ ଯାଚିକା ଦାଏର କରିବା ଉଚିତ୍ ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ମୁମ୍ବାଇ ପୋଲିସ ଠାରୁ ନେଇ ସିବିଆଇକୁ ଦେବା ପାଇଁ ଅଲକା ପ୍ରିୟା ଦ୍ୱାରା ସୁପ୍ରିମ କୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁକୁ ଆଜି ବି ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାଁନ୍ତି।

Comments are closed.