ନୂଆଦିଲ୍ଲୀ: ଜୁଲାଇରେ ନାଲି ଆଖି ଦେଖାଇଛି କରୋନା । ଭାରତ ଏବଂ ଓଡ଼ିଶାରେ ଲମ୍ବା ଲମ୍ଫ ମାରିଛି । ଦେଶରେ ଦିନକୁ ୫ ହଜାର ପାର୍ କରିଛି ପଜିଟିଭ କେସ୍ । ଲକ୍ଷାଧିକ ପଜିଟିଭ ବାହାରିଛନ୍ତି । ଜୁଲାଇରେ ଦେଶରେ ସାଢ଼େ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟରେ ୨୪ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶରେ ସାଢ଼େ ୧୦ ଲକ୍ଷ, ରାଜ୍ୟରେ ୨୪ ହଜାର
ଜୁଲାଇ ୧ରେ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଥିଲା ୫ ଲକ୍ଷ ୮୫ ହଜାର ୪୯୩ । ସେତେବେଳେ ଓଡ଼ିଶାରେ ୭ ହଜାର ୫୪୫ ଜଣ ଆକ୍ରାନ୍ତ ଥିଲେ । ଜୁଲାଇ ୩୧ରେ ଦେଶରେ ପଜିଟିଭ୍ କେସ୍ ବଢ଼ି ୧୬ ଲକ୍ଷ ୩୮ ହଜାର ୮୭୦ରେ ପହଞ୍ଚିଥିଲା । ରାଜ୍ୟରେ ୩୧ ହଜାର ୮୭୭କୁ ବୃଦ୍ଧି ପାଇଥିଲା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ।

ଦେଶରେ ୬୪%, ରାଜ୍ୟରେ ୭୬% ସଂକ୍ରମଣ
ଜୁଲାଇରେ ଦେଶରେ ୧୦ ଲକ୍ଷ ୫୩ ହଜାର ୩୭୭ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ଓଡ଼ିଶାର କୋରୋନା ସଂକ୍ରମିତଙ୍କ ତାଲିକାରେ ଯୋଡ଼ି ହୋଇଥିଲେ ୨୪ ହଜାର ୨୪୩ ଜଣ । ଗୋଟିଏ ମାସରେ ଭାରତରେ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିଲା । ଓଡ଼ିଶାରେ ୭୬ ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ମୁଣ୍ଡ ନେଇଛି କରୋନା
ଜୁଲାଇରେ ଦେଶ ଓ ରାଜ୍ୟରେ ବଢ଼ିଥିଲା କରୋନା ମୃତ୍ୟୁ ସଂଖ୍ୟା । ଜୁଲାଇ ୧ରେ ଦେଶରେ ପ୍ରାଣ ହରାଇଥିଲେ ୧୭ ହଜାର ୪ ଶହ ଆକ୍ରାନ୍ତ । ସେତେବେଳେ ଓଡ଼ିଶାରେ କରୋନା ନେଇଥିଲା ୨୭ ମୁଣ୍ଡ । ଜୁଲାଇ ୩୧ ସୁଦ୍ଧା ଭାରତର ମୃତ୍ୟୁସଂଖ୍ୟା ୧୭ ହଜାରରୁ ବଢ଼ି ୩୫ ହଜାର ୭୪୭ରେ ପହଞ୍ଚିଗଲା । ଓଡ଼ିଶାରେ ଜୁଲାଇ ମାସ ସୁଦ୍ଧା ୧୭୭ ମୁଣ୍ଡ ନେଇଥିଲା କରୋନା ।

ସୁସ୍ଥ ହୋଇଛନ୍ତି ଅଧିକ
ଦେଶରେ ସଂକ୍ରମଣ ବଢ଼ିଥିଲା ବି ଆଶ୍ୱସ୍ତିକର ଖବର ହେଉଛି ଅଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଜୁଲାଇ ୧ତାରିଖରେ ଦେଶରେ କରୋନା ଆକ୍ଟିଭ କେସ୍ କେସ୍ ଥିଲା ୨ ଲକ୍ଷ ୨୦ ହଜାର ୧୧୪ । ସେତେବେଳେ ଓଡ଼ିଶାରେ ୨ ହଜାର ୧୫୭ଟି କରୋନା ସକ୍ରିୟ ମାମଲା ରହିଥିଲା । ଜୁଲାଇ ୩୧ରେ ଦେଶରେ ରହିଥିଲା ୫ ଲକ୍ଷ ୪୫ ହଜାର ୩୧୮ ଆକ୍ଟିଭ୍ କେସ୍ । ଓଡ଼ିଶାରେ ଏହି ସଂଖ୍ୟା ଥିଲା ୧୧ ହଜାର ୧ ୪୫ ।
BREAKING NEWS
- ବଜେଟରେ ମହଙ୍ଗା ହେଲା ମଦ, ସିଗାରେଟ୍ ଏବଂ ପାନ ମସଲା…
- Union Budget 2026: ଚଳିତ ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ କଣ ମିଳିଲା…
- Budget 2026: ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା; ପ୍ରତ୍ୟେକ ଜିଲ୍ଲାରେ ବାଳିକା ଛାତ୍ରାବାସ ପ୍ରତିଷ୍ଠା ହେବ
- Budget 2026: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି: ଅମିତ ଶାହା
- Union Budget 2026: ବଜେଟ ପାଇଁ କାହିଁକି ଧସିଲା ସେୟାର ମାର୍କେଟ…
- Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି
- Union Budget 2026: She-Mart ଯୋଜନା କ’ଣ? ବଜେଟ୍ ୨୦୨୬ ରେ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା…
- ଏହା ଏକ ଯୁବଶକ୍ତି ବଜେଟ୍, ବର୍ତ୍ତମାନର ସ୍ୱପ୍ନକୁ ସାକାର କରିବ: ମୋଦି
- ଟି୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଟିମ ଇଣ୍ଡିଆ
- Budget 2026: ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋଆକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ
Comments are closed.