ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଜିଆରପି ପୋଲିସ ରବିବାର ଦିନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନାନୁଯାୟୀ ଟ୍ରେନ୍ ପାଇଁ ଅପେକ୍ଷା କରିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜିଆରପି ପୋଲିସ ଅଟକାଇଥିଲା । ଏପରିକି ତାଙ୍କ ଠାରୁ ଏକ କାର୍ଟୁନ ଜବତ କରାଯାଇଥିଲା । ଯେଉଁଥିରେ ଗଞ୍ଜେଇ ରହିଥିଲା । ସେ ଏହି ନିଶା ଦ୍ରବ୍ୟ ଗୁଡିକୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ନେଇ ପୋଲିସ ଅନୁମାନ କରିଛି ।
ଗିରଫ ଅଭିଯୁକ୍ତଙ୍କ ନାମ ଏଯାବତ୍ ସ୍ପଷ୍ଟ ହୋଇ ପାରିନାହିଁ । ତେବେ ଏସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇ ଥିବାନେଇ ଜିଆରପି ସୁତ୍ରରୁ ପ୍ରକାଶ ।