Latest Odisha News

BREAKING NEWS

ଚିକିତ୍ସା ପାଇଁ ପଶ୍ଚିମବଙ୍ଗରୁ ଆସୁଥିଲେ କଟକ: ବାଟରେ ଜଗିଥିଲା ମୃତ୍ୟୁ

ବାଲେଶ୍ବର: ରୋଗ ଭଲ କରିବାକୁ ମନରେ ଆଶା ବାନ୍ଧି ପଶ୍ଚିମବଙ୍ଗରୁ ଆସୁଥିଲେ କଟକ । ହେଲେ କିଏ ଜାଣିଥିଲେ ବାଟରେ ଜଗିଥିଲା ମୃତ୍ୟୁ । ବାଲେଶ୍ଵର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ସକାଳୁ ସକାଳୁ ଘଟିଛି ଏକ ହୃଦୟ ବିଦାରକ ଦୁର୍ଘଟଣା । ଏଥିରେ ପ୍ରାଣ ହରାଇଛନ୍ତି ଦୁଇ ବ୍ୟକ୍ତି, ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା, ଜମାଲ ସାହା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ସ୍କର୍ପିଓଟିଏ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ କଟକ ବଡ ଡାକ୍ତରଖାନାକୁ ଏହି ସ୍କର୍ପିଓ ଯୋଗେ ଚିକିତ୍ସା ପାଇଁ ଯାଉଥିଲା। ରାଜପଥ ସଂପ୍ରସାରଣ କାମ ଚାଲୁଥିବାରୁ ସ୍କର୍ପିଓ ଡ୍ରାଇଭର୍ ଡାଇଭର୍ସନ ଜାଣି ନପାରି ଆଗରେ ଯାଉଥିବା ଏକ ଟ୍ରଲର କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋର ଏବଂ ପରେ ବାଲେଶ୍ବର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ।

ସ୍କୋର୍ପିଓ ଡ୍ରାଇଭର୍ କୁ ସୋର ପୋଲିସ ଅଟକ ରଖିଛି । ଦୁଇ ଜଣଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

Comments are closed.