Latest Odisha News

BREAKING NEWS

କମିବ କି ସୁଧହାର, କି ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର ?

ନୂଆଦିଲ୍ଲୀ: କୋଭିଡ୍ ଯୋଗୁ ଅର୍ଥନୀତି ଏବେ କୋମାରେ । ବିଭିନ୍ନ ସେକ୍ଟରରେ ମାନ୍ଦାବାସ୍ଥା । ଏଭଳି ସମୟରେ କମିବ କି ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଆଜି ମଧ୍ୟାହ୍ନ ୧୨ଟାରେ ଦ୍ୱିମାସିକ ମୁଦ୍ରାନୀତିର ସମୀକ୍ଷା ପରେ ସୂଚନା ଦେବେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

କୋଭିଡ୍ ଯୋଗୁ ଦେଶର ଅର୍ଥନୀତି ଭୀଷଣ ଭାବରେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଆଶା କରାଯାଉଛି ଆରବିଆଇ ସୁଧହାର ହ୍ରାସ ନେଇ ଘୋଷଣା କରିପାରେ । ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତ ରହିଛି । ଏଥିରେ ଆଉ ୨୫ ବେସିସ ପଏଣ୍ଟ ହ୍ରାସ କରି ପାରନ୍ତି ।

ବିଶେଷ କରି ଋଣ ପୁନର୍ଗଠନ ଉପରେ ସରକାର ଫୋକସ କରୁଛନ୍ତି । ସେହିପରି ଋଣଦାତାଙ୍କ ପାଇଁ ବି କିଛି ଘୋଷଣା କରି ପାରନ୍ତି ଶକ୍ତିକାନ୍ତ ଦାସ । ଋଣ ଫେରସ୍ତ (ଲୋନ୍ ମୋରେଟୋରିୟମ୍) ସମୟସୀମାରେ ବୃଦ୍ଧି ଘୋଷଣା ହୋଇପାରେ । ଏହାର ଅବଧି ଆସନ୍ତା ୩୧ ତାରିଖରେ ଶେଷ ହେଉଛି । ଏହାବ୍ୟତୀତ ଆରବିଆଇ ଗଭର୍ଣ୍ଣରଙ୍କ ଘୋଷଣା ଉପରେ ନଜର ରଖିଛି ଶିଳ୍ପ ଜଗତ ।

Leave A Reply

Your email address will not be published.