Latest Odisha News

BREAKING NEWS

ଦେଶରେ ୪୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୬,୨୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ୯୦୪ ଜଣଙ୍କର ଜୀବନ ଯାଇଛି ।

ହୁ ହୁ ହୋଇ ବଢି ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୯,୬୪,୫୩୭ ଲକ୍ଷ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୫,୯୫,୫୦୧ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୩,୨୮,୩୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହାସହ ମୋଟ ୪୦,୬୯୯ ଜଣଙ୍କର ମୃତ୍ୟୁ ହୋଇଛି।

ସଂକ୍ରମିତଙ୍କ ଗ୍ରାଫ ଉପର ମୁଁହା ହେଉଥିବା ବେଳେ ଦେଶରେ ଆରମ୍ଭ ହୋଇଛି ଅନଲକ-୩.୦ । ଏଭଳି ପରିସ୍ଥିତିରେ ସରକାରଙ୍କ ଏହି ନିଷ୍ପତ୍ତି କେତେ ଅଂଶରେ ଲୋକଙ୍କୁ ପ୍ରଭାବିତ କରିବ ତାହା ଦେଖିବା ବାକି ରହିଲା ।

Leave A Reply

Your email address will not be published.