Latest Odisha News

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନକଲେ ବାଗଚୀ ଦମ୍ପତ୍ତି

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ପୁରୀ ଜିଲ୍ଲାର ଅସହାୟ ବୃଦ୍ଧା ମହିଳାଙ୍କ ସହାୟତା ପାଇଁ ବିନିଯୋଗ ହେବ ।

ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଗ୍‌ଚୀ ଓ ତାଙ୍କ ପତ୍ନୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚେକ୍ ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଧନ୍ୟବାଦ ପତ୍ର ସେମାନଙ୍କୁ ପ୍ରଦାନ କରିଥିଲେ ।

ଏହି ଅବସରରେ ସୁସ୍ମିତା ବାଗ୍‌ଚୀ କହିଛନ୍ତି, ‘କରୋନା ମହାମାରୀ ବେଳେ ପୁରୀରେ ଜଗନ୍ନାଥ ମନ୍ଦିର ବନ୍ଦ ରହିଛି । ଫଳରେ ମନ୍ଦିର ନିକଟରେ ତଥା ପୁରୀ ସହରରେ ଛୋଟ ଛୋଟ ଦୋକାନ କରି ପେଟ ପୋଷୁଥିବା ମା’ ମାଉସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ସହାୟତା ପାଇଁ ସେ ଏହି ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।’

ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ଛୋଟ ସହାୟତା ଗ୍ରହଣ କରିଥିବାରୁ ବାଗଚୀ ଦମ୍ପତ୍ତି କୃତଜ୍ଞତା ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ ପୂର୍ବରୁ ଶ୍ରୀମତୀ ବାଗଚୀ ବଲାଙ୍ଗୀରର ଟିଏମସିରେ କାମ କରୁଥିବା ମହିଳାମାନଙ୍କ ପାଇଁ ଅଢ଼େଇ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.