ବାରିପଦା : ନିଜକୁ ଜଣେ ଆଇଏଏସ୍ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିବା ଏକ ବ୍ୟକ୍ତିକୁ ଆଜି ବାରିପଦା ପୁଲିସ ଉଦଳାର ଦାମୋଦରପୁରରୁ ଗିରଫ କରିଛି ।
ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ରଜତ ପଣ୍ଡା ବୋଲି ପୁଲିସର ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ପୁଲିସସୂତ୍ରରୁ ସୂଚନା ମିଳିଛି ଯେ, ନିଜକୁ ଜଣେ ଆଇଏସ୍ ଅଫିସର ବୋଲି ପରିଚୟ ଦେଇ ଦାମୋଦରପୁରର ଜଣେ ଯୁବତୀଙ୍କୁ ବିବାହ କରିଛି ଅଭିଯୁକ୍ତ ରଜତ ।
ତେବେ ଅଭିଯୁକ୍ତ ରଜତ ନିଜକୁ ଲିଙ୍ଗରାଜ ପଣ୍ଡା ଏବଂ ମାଲକାନଗିରିରେ ସବ-କଲେକ୍ଟର ଭାବେ ଫେସବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି ଯୁବତୀ ଜଣଙ୍କୁ ଫସାଇଥିବାର ଅଭିଯୋଗ ହୋଇଛି ।
ସେହି ଅଞ୍ଚଳରେ ନକଲି ଆଇଏଏସ୍ ଅଫିସରଙ୍କ ସନ୍ଦେହଜନକ ଗତିବିଧିକୁ ନିରୀକ୍ଷଣ କରି କିଛି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ ।
ଠକ ଆଇଏସ୍ ଅଫିିସର ରଜତ ୨୦୧୪ ମସିହାରେ ସିସୋର୍ ଚିଟଫଣ୍ଡ ଠକେଇ ମାମଲାରେ ଏକ ଅଭିଯୁକ୍ତ ଭାବେ ଦେଢ ବର୍ଷ କାଳ ଝାରପଡ଼ା ଜେଲରେ ରହିଥିଲା ।
ତେବେ ରଜତ ନାମରେ ବିଭିନ୍ନ ଥାନାରେ ଠକେଇ ଅଭିଯୋଗ ରହିଥିବାର ଜଣାପଡ଼ିଛି ।
BREAKING NEWS
- ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଚ୍ଛେଦ ହେବ ଲାଇବ୍ରେରିଆନ୍ ପଦ, ନିଯୁକ୍ତି ପାଇବେ ଶିକ୍ଷକ
- Weather Update: ଆହୁରି ୭ ଦିନ କଲବଲ କରିବ ଶୀତ, ବୋହିବ କାଲୁଆ ପବନ
- Earthquake: ଭୟଙ୍କର ଭୂମିକମ୍ପରେ ଥରିଲା ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳ, ରିକ୍ଟର ସ୍କେଲରେ ଏହାର ତୀବ୍ରତା…
- ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ଭୟଙ୍କର ବିସ୍ଫୋରଣ, ୨୩ ମୃତ, ଅନେକ ଗୁରୁତର
- ସରିଲା ମୁଖ୍ୟମନ୍ତ୍ରୀ ବାୟୁସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ, ୪ଦିନରେ ଚିକିତ୍ସିତ ହେଲେ ଏତିକି ରୋଗୀ…
- Sub- Junior National Badminton Championship: ଚମକିଲେ ଓଡ଼ିଆ ଖେଳାଳୀ ତନଭି ପତ୍ରି…ହେଲେ ଡବଲ ଚାମ୍ପିୟନ
- East Coast Railway: ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦେଖି ପୂର୍ବତଟ ରେଳପଥର ଅତିରିକ୍ତ କୋଚ୍ ସଂଯୋଗ ସହ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ
- Hardik Arrives in Bbsr: ଭୁବନେଶ୍ୱରରେ ପହଞ୍ଚିଲେ ଅଲରାଉଣ୍ଡର ହାର୍ଦ୍ଦିକ
- Shashi Tharoor on Putin banquet:ପୁଟିନଙ୍କ ବିଶାଳ ରାଜକୀୟ ଭୋଜିରେ କ’ଣ ବିଶେଷ ଥିଲା? ଶଶି ଥରୁର କହିଲେ ଭିତିରି କଥା…
- ଆପଣଙ୍କ ଫୋନରେ ଲୋକେସନ ଦେଖିବାକୁ ଚାହୁଁଛନ୍ତି ସରକାର, କମ୍ପାନୀ କଲା ବିରୋଧ
Comments are closed.