ବାରିପଦା : ନିଜକୁ ଜଣେ ଆଇଏଏସ୍ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିବା ଏକ ବ୍ୟକ୍ତିକୁ ଆଜି ବାରିପଦା ପୁଲିସ ଉଦଳାର ଦାମୋଦରପୁରରୁ ଗିରଫ କରିଛି ।
ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ରଜତ ପଣ୍ଡା ବୋଲି ପୁଲିସର ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ପୁଲିସସୂତ୍ରରୁ ସୂଚନା ମିଳିଛି ଯେ, ନିଜକୁ ଜଣେ ଆଇଏସ୍ ଅଫିସର ବୋଲି ପରିଚୟ ଦେଇ ଦାମୋଦରପୁରର ଜଣେ ଯୁବତୀଙ୍କୁ ବିବାହ କରିଛି ଅଭିଯୁକ୍ତ ରଜତ ।
ତେବେ ଅଭିଯୁକ୍ତ ରଜତ ନିଜକୁ ଲିଙ୍ଗରାଜ ପଣ୍ଡା ଏବଂ ମାଲକାନଗିରିରେ ସବ-କଲେକ୍ଟର ଭାବେ ଫେସବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି ଯୁବତୀ ଜଣଙ୍କୁ ଫସାଇଥିବାର ଅଭିଯୋଗ ହୋଇଛି ।
ସେହି ଅଞ୍ଚଳରେ ନକଲି ଆଇଏଏସ୍ ଅଫିସରଙ୍କ ସନ୍ଦେହଜନକ ଗତିବିଧିକୁ ନିରୀକ୍ଷଣ କରି କିଛି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ ।
ଠକ ଆଇଏସ୍ ଅଫିିସର ରଜତ ୨୦୧୪ ମସିହାରେ ସିସୋର୍ ଚିଟଫଣ୍ଡ ଠକେଇ ମାମଲାରେ ଏକ ଅଭିଯୁକ୍ତ ଭାବେ ଦେଢ ବର୍ଷ କାଳ ଝାରପଡ଼ା ଜେଲରେ ରହିଥିଲା ।
ତେବେ ରଜତ ନାମରେ ବିଭିନ୍ନ ଥାନାରେ ଠକେଇ ଅଭିଯୋଗ ରହିଥିବାର ଜଣାପଡ଼ିଛି ।
BREAKING NEWS
- ମାଙ୍ଗାଲୁରୁ କୁକର ବୋମା ବିସ୍ଫୋରଣ: ମନ୍ଦିରରେ ବୋମା ବିସ୍ଫୋରଣ ଯୋଜନା ପାଇଁ ଅଭିଯୁକ୍ତ ଶାରୀକକୁ ୧୦ ବର୍ଷ ଜେଲଦଣ୍ଡ
- Rural Bank:ଅଭାବନୀୟ ଘଟଣା…ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର ମୃତଦେହ ଆଣି ଆସିଲା ଭାଇ
- କ’ଣ ଏହି ସ୍କାଏ ମ୍ୟାପ୍ ? ସାଉଦି ଆରବରେ ଥିବା ଆମେରିକୀୟ ଘାଟିକୁ ଇରାନୀ ଡ୍ରୋନ୍ ଆକ୍ରମଣରୁ କିପରି ସୁରକ୍ଷା ଦେବ?
- ୩ ଦିନରେ ୨୦୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କଲାଣି ମାଇକେଲ ଫିଲ୍ମ
- ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ସ୍ବାକ୍ଷରିତ
- ଜଳୁଛି ପଶ୍ଚିମ ଓଡ଼ିଶା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ତାପମାତ୍ରା…
- ଢାକାରେ ହିନ୍ଦୁଙ୍କ ହତ୍ୟା ବୃଦ୍ଧି ପାଇବା ମଧ୍ୟରେ ବାଂଲାଦେଶର ପରବର୍ତ୍ତୀ ହାଇକମିଶନର ହେଲେ ଦିନେଶ ତ୍ରିବେଦୀ
- ମୁମ୍ବାଇ ଅଲରାଉଣ୍ଡରଙ୍କୁ ଟ୍ରାଏଲ୍ସ ପାଇଁ ଡାକିଲା ଚେନ୍ନାଇ
- India’s First Commercial Seaplane:ଭାରତର ପ୍ରଥମ ସିପ୍ଲେନ୍ ଏୟାରଲାଇନ୍ସ ପ୍ରସ୍ତୁତ! SkyHop Aviationକୁ DGCA ଠାରୁ ମିଳିଲା ଲାଇସେନ୍ସ
- ବିଶକେକରେ SCO ବୈଠକରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେବ ଆଲୋଚନା
Comments are closed.