Latest Odisha News

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ହସ୍ତକଳା ଶିଳ୍ପୀ ପରିବାର ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ମିସନ ଅନ୍ନ ସେବା ସହାୟତାର ସମ୍ପ୍ରସାରଣ

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ମିସନ ଅନ୍ନ ସେବାର ଅଂଶ ସ୍ୱରୂପ କୋଭିଡ୍‌-୧୯ ଲକ୍‌ଡାଉନ୍ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକ ଓ ଅଭାବୀ ବର୍ଗର ଲୋକମାନଙ୍କୁ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଭୋଜନ ବଣ୍ଟନ ଓ ସହାୟତା ପ୍ରଦାନ କରିଥିବା ରିଲାଏନ୍ସ ଫାଉଣ୍ଡେସନ ଏବେ ଏହି ସହାୟତାକୁ ସଂପ୍ରସାରିତ କରି ଓଡ଼ିଶାର ଶହ ଶହ ହସ୍ତକଳା ଶିଳ୍ପୀ ପରିବାର ତଥା ପ୍ରବାସୀ ଶ୍ରମିକ ପରିବାରଙ୍କୁ ସହାୟତାର ହାତ ବଢାଇଛି । ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ସହଯୋଗରେ ଚଳିତ ସପ୍ତାହରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୁରୀ ଜିଲ୍ଲାର ରଘୁରାଜପୁର ଶିଳ୍ପ ଗ୍ରାମର ପଟ୍ଟଚିତ୍ର ଶିଳ୍ପୀ ପରିବାର ସମୂହ, ବାଲେଶ୍ୱରର ବାଲିଆପାଳର ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାର ସମୂହଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଣ୍ଟନ କରାଯାଇଛି ।

କୋଭିଡ୍‌-୧୯ ଯୋଗୁଁ ସୃଷ୍ଟି ହୋଇଥିବା ବର୍ତମାନର ସ୍ଥିତି ଓ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣା ଯୋଗୁଁ ଅନେକ ମାସ ଧରି ଏହି ଦୁଇ ହସ୍ତକଳା ଓ ହସ୍ତଶିଳ୍ପ କ୍ଲଷ୍ଟରରେ ରହୁଥିବା ଶିଳ୍ପୀ ପରିବାରଗୁଡ଼ିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଏହି ସମୟରେ ସେମାନଙ୍କ ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଉଷୁନା ଚାଉଳ, ଡାଲି, ଖାଇବା ତେଲ, ଚିନି ଇତ୍ୟାଦି ଶୁଖିଲା ଖାଦ୍ୟ ସାମଗ୍ରୀ ରହିଥିବା କିଟ୍ ସବୁକୁ ରଘୁରାଜପୁର ହେରିଟେଜ୍ ଟୁରିଜିମ୍ କମିଟି ଜରିଆରେ ମଙ୍ଗଳବାର ଦିନ ପୁରୀ ଜିଲ୍ଲାର ରଘୁରାଜପୁରରେ ଥିବା ପ୍ରାୟ ୧୬୦ ପଟ୍ଟଚିତ୍ର କାରିଗର ପରିବାରକୁ ପ୍ରଦାନ କରାଯାଇଛି । ସେହିଭଳି ଗୁରୁବାର ଦିନ ବାଲେଶ୍ୱରର ବାଲିଆପାଳ ଅନ୍ତର୍ଗତ ପ୍ରତାପପୁର ଗ୍ରାମର ପ୍ରାୟ ୧୦୦ଟି ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାରକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀ କଳାଘର ସହଯୋଗରେ ଏହି ସହାୟତା ଯୋଗାଇ ଦିଆଯାଇଛି ।

ଏଥିସହିତ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଂଜାମ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଦୁଇ ଜିଲ୍ଲାକୁ ପ୍ରତ୍ୟାବର୍ତନ କରିଥିବା ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପହଂଚାଇବା କାର୍ଯ୍ୟ ଆରମ୍ଭ ହୋଇଛି । ଆଗାମୀ କିଛିଦିନ ମଧ୍ୟରେ ସ୍ଥାନୀୟ ଏନଜିଓ ସହଯୋଗୀ ପ୍ରେମ୍ ମାଧ୍ୟମରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଂଜାମର କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ପାତ୍ରପୁର ଓ ଧରାକୋଟ ବ୍ଲକ୍‌ରେ ପ୍ରାୟ ୧୫୦୦ ପ୍ରବାସୀ ଶ୍ରମିକ ପରିବାରଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯିବା ପାଇଁ ଯୋଜନା ହୋଇଛି । ସେହିଭଳିି, ବଲାଙ୍ଗୀର ଜିଲ୍ଲାକୁ ଫେରିିଥିବା ପ୍ରାୟ ୪୦୦ ପ୍ରବାସୀ ଶ୍ରମିକ ପରିବାରଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗୀରର ସ୍ଥାନୀୟ ଭିମପାହାଡ଼ କୃଷକ ପ୍ରଡ୍ୟୁସର କଂପାନି ଲିମିଟେଡ୍ ସହଯୋଗରେ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯିବ ।

Leave A Reply

Your email address will not be published.