Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌ରେ ଇ-ସାଇମୁନ୍ ଆୟୋଜିତ

ଭୁବନେଶ୍ୱର: ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍‌ସ୍ (ସାଇମୁନ୍‌)ର ଅଷ୍ଟମ ସଂସ୍କରଣ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଛି।

ସାଇମୁନ୍ ୟୁନେସ୍କୋ ଏବଂ ଭାରତ ଓ ଭୂଟାନ୍ ୟୁନାଇଟେଡ଼୍ ନେସନ୍ସ ଇନଫରମେସନ୍ ସେର ଏକ ସହବନ୍ଧିତ କାର୍ଯ୍ୟକ୍ରମ।

ଏହା ୨୦୧୩ ମସିହାରେ ଆରମ୍ଭ ହୋଇ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଅଛି । ଚଳିତ ବର୍ଷ କରୋନା ମହାମାରୀରେ ସ୍କୁଲ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଏହି ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ଅନଲାଇନରେ ଅନୁଷ୍ଠିତ କରାଯାଉଛି।

ଏହି ଆନ୍ତର୍ଜାତୀୟ ସ୍ତରର ଅନଲାଇନ୍ ସମ୍ମିଳନୀ ଅଗଷ୍ଟ ୧୩ ଓ ୧୪ ଦୁଇ ଦିନ ଧରି ଚାଲିବ । ଏଥିରେ ଦେଶର କୋଣ ଅନୁକୋଣରୁ ୩୬ଟି ସ୍କୁଲର ୭୫୦ ରୁ ଅଧିକ ଜାତୀୟ ଡ଼େଲିଗେଟ୍ ଏବଂ ୯ଟି ଭିନ୍ନ ଭିନ୍ନ ଦେଶରୁ ଆନ୍ତର୍ଜାତୀୟ ଡ଼େଲିଗେଟ୍ ଅନଲାଇନ୍‌ରେ ସାମିଲ୍ ହେବେ ।

ଏହି ଦେଶମାନଙ୍କ ମଧ୍ୟରେ ଭାରତ ସମେତ ଆମେରିକା, ସାଉଦିଆରବିଆ, ଅଷ୍ଟ୍ରେଲିଆ, ଭିଏତନାମ୍‌, ଶ୍ରୀଲଙ୍କା, ଜାପାନ, ଇଣ୍ଡୋନେସିଆ, ଉଗାଣ୍ଡା ଆଦି ଦେଶ ଏବଂ ୧୮ଟି ରାଉଣ୍ଡ ସ୍କୋୟାର ସ୍କୁଲ ଏହି କାର୍ଯ୍ୟକ୍ରମରେ ଭାଗନେଇଛନ୍ତି ।

ସାଇମୁନ୍‌ର ବିଷୟବସ୍ତୁ ହେଲା “ବସୁଧୈବ କୁଟୁମ୍ବକମ୍‌’ ଗୋଟିଏ ବିଶ୍ୱ ଗୋଟିଏ ପରିବାର ଏବଂ ଏଥିରେ ୨୦ଟି କମିଟି ରହିଛି । ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ଗଢ଼ିବା, ଆପୋଷ କଥାର୍ବାା ମାଧ୍ୟମରେ ପୃଥିବୀର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଇତ୍ୟାଦି ଆଲୋଚନା କରାଯାଏ ।

ଆଲୋଚନା ପର୍ଯ୍ୟାଲୋଚନା ପରେ ବିଭିନ୍ନ ସମସ୍ୟାର ସମାଧାନର ସରଳ ଉପାୟ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରିତ କରାଯାଏ ।

ଏହି ଆନ୍ତର୍ଜାତୀୟ ସ୍ତରର ଅନଲାଇନ୍ ସମ୍ମିଳନୀକୁ ନେଇ ସାଇ ଇରନ୍ୟାସନାଲ୍‌ର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ କହିଛନ୍ତି ଯେ, ସାଇମୁନ୍ ଏମିତି ଏକ କାର୍ଯ୍ୟକ୍ରମ ଯାହା ଛାତ୍ରଛାତ୍ରୀମାନଙ୍କୁ ସମସାମୟିକ ଆନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିବା ସହ ବହୁ ସଂଖ୍ୟକ ଜାତୀୟ ଏବଂ ଆନ୍ତର୍ଜାତୀୟ ଡ଼େଲିଗେଟ୍ ମାନଙ୍କ ସହ ଅନଲାଇନ୍‌ରେ ମିଶିବାର ସୁଯୋଗ ମିଳିବ ।

Leave A Reply

Your email address will not be published.