Latest Odisha News

BREAKING NEWS

ନୂଆଖାଇ ଚଳଚଞ୍ଚଳ ସୋନପୁର, ନବାନ୍ନ ଖାଇବା ପାଇଁ ବିଭିନ୍ନ ଗଛର ପତ୍ରରୁ ପ୍ରସ୍ତୁତ ସରିଲାଣି ପତ୍ର ଓ ଦନା

ସୋନପୁର: ଆସନ୍ତାକାଲି ନୂଆଖାଇ । ପଶ୍ଚିମ ଓଡିଶାର ଏହି ଗଣ ପର୍ବ ପାଇଁ ଏବେ ଚାରିଆଡ ଉତ୍ସବମୁଖର । ଧାର୍ଯ୍ୟ ସମୟ ଅନୁସାରେ ପରିବାରର ସମସ୍ତେ ମିଶି ନୂଆ ଖାଇବେ । ସାନମାନେ ବଡମାନଙ୍କ ଆଶୀର୍ବାଦ ନେବେ ।

ଲୋକ ପର୍ବ ନୂଆଁଖାଇ ରେ ଦେଖିବାକୁ ମିଳେ ମଣିଷ ଓ ପ୍ରକୃତିର ନିବିଡ ସମ୍ପର୍କ । ବର୍ଷର ପହିଲି ଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ବିଭିନ୍ନ ପ୍ରକାର ପତ୍ରରେ ଅର୍ପଣ କରିବା ପରମ୍ପରା ରହିଛି । ଏହି ପର୍ବରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ପରମ୍ପରା ଅନୁଯାଇ ଭିନ୍ନ ଭିନ୍ନ ପ୍ରକାର ପତ୍ର ର ବ୍ୟବହାର କରି ଆସୁଛନ୍ତି । କାହିଁ କେଉଁ କାଳରୁ ସୋନପୁର ଗଡଜାତରେ ଲୋକେ ନୂଆଁଖାଇ ପର୍ବକୁ ବଡ ଧୁମଧାମ ରେ ପାଳନ କରିଆସୁଛନ୍ତି । ଏହି ପର୍ବର ଏକ ବିଶେଷତ୍ୱ ହେଲା ନୂଆଁଖାଇରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଗଛର ପତ୍ର ।

ବିଭିନ୍ନ ଜାତି , ବିଭିନ୍ନ ସମ୍ପ୍ରଦାୟ ର ଲୋକେ ଅଲଗା ଅଲଗା ଗଛର ପତ୍ର ରେ ନୂଆଁ ଖାଇଥାନ୍ତି । ମହୁଲ, କୁରେଇ , ଭଲିଆ , ସାରୁ ଓ ସର୍ଗି ଆଦି ଗଛକୁ ଗୃହିଣୀମାନେ ପୁଜାକରି ପତ୍ର ତୋଳି ଆଣି ଖଲି ,ଦନା ଆଦି ତିଆରି କରି ନୁଆଁଖାଇରେ ବ୍ୟବହାର କରିଥାନ୍ତି । ଏହି ପତ୍ରରେ ପ୍ରଥମେ ନିଜ ନିଜର ଇଷ୍ଟ ଦେବୀଙ୍କୁ ନବାର୍ଣ୍ଣ ଭୋଗ ଅର୍ପଣ କରିସାରିଲା ପରେ ନିଜେ ପରିବାର ସହିତ ନବାନ୍ନ ଗ୍ରହଣ କରିଥାନ୍ତି । ହେଲେ ଚଳିତ ବର୍ଷ କରୋନା ଯୋଗୁଁ ପଶ୍ଚିମ ଓଡିଶାର ଏହି କୃଷି ଭିତ୍ତିକ ପର୍ବ ଲୋକ ଘରି ରହି ମାନୁଛନ୍ତି ।

ନୂଆଁଖାଇରେ ବ୍ରାହ୍ମଣ ଓ କରଣ ଜାତିର ଲୋକେ କୁରେଇ ପତ୍ର ରେ ନିଜର ଇଷ୍ଟ ଦେବୀ ଙ୍କୁ ନବାନ୍ନ ଅର୍ପଣ କରିଥାନ୍ତି । ଗଉଡ, ଡୁମ୍ବାଳ ,ଚଷା ଆଦି ଜାତିର ଲୋକେ ସର୍ଗି ପତ୍ର ରେ ନବାର୍ଣ୍ଣ ଭକ୍ଷଣ କରୁଥିବା ବେଳେ କେଉଟ, ତେଲି, ଭୁଲିଆ ଜାତିର ଲୋକେ ଭଲିଆପତ୍ରରେ ନୂଆଁ ଖାଇଥାନ୍ତି ।

ଏବେ ବି ପଶ୍ଚିମ ଓଡିଶାରେ ବିଭିନ୍ନ ପର୍ବ ପର୍ବାଣୀରେ ବୃକ୍ଷକୁ ପୂଜା କରିବାର ପରମ୍ପରା ରହିଛି । ସେହିପରି ନୂଆଁଖାଇ ପର୍ବରେ କାହିଁ କେତେ ଦିନରୁ ହୋଇଆସୁଛି ବୃକ୍ଷ ଉପାସନା । ଗଛର ପତ୍ର ମାଧ୍ୟମରେ ବର୍ଷର ପହିଲି ଶସ୍ୟକୁ ଇଷ୍ଟଦେବା ଦେବୀଙ୍କ ପାଖରେ ସମର୍ପଣ କରି ପରେ ନିଜେ ଗ୍ରହଣ କରିବା ପରମ୍ପରା ଆଧୁନିକତାର ଛାପରେ ଆଜିବି ମଳିନ ପଡିନାହିଁ ।

Leave A Reply

Your email address will not be published.