Latest Odisha News

BREAKING NEWS

କାହିଁକି ସୁଶାନ୍ତଙ୍କ ସହ କାମ କରିବାକୁ ମନା କରିଥିଲେ କଙ୍ଗନା ?

ମୁମ୍ବାଇ: ବର୍ଷ ୨୦୨୦ରେ ଲଗାତାର ଶୁଣିବାକୁ ମିଳୁଛି ଅଶୁଭ ଖବର । ବଲିଉଡର ଅନେକ ଅଭିନେତାଙ୍କ ଦେହାନ୍ତ ହୋଇଥିଲା । ହେଲେ ସୁଶାନ୍ତଙ୍କ ମୃତ୍ୟୁ ଉପରେ ରହସ୍ୟର ପରଦା ଏବେ ବି ଘୋଡାଇ ହୋଇ ରହିଛି । ଖାସ କରି ସୁଶାନ୍ତଙ୍କ ମାମଲାରେ ବଲିଉଡ ମାଫିଆଙ୍କୁ ଟାର୍ଗେଟ୍ କରିଛନ୍ତି କଙ୍ଗନା ରଣାୱତ ।

ଏପରି ସ୍ଥିତିରେ ଜୀବିତ ଅବସ୍ଥାରେ ସୁଶାନ୍ତଙ୍କ ସହ ଅଭିନୟ କରିବାକୁ କୁଆଡେ କଙ୍ଗନା ମନା କରିଥିବା ନେଇ ଏକ ଖବର ସାମ୍ନାକୁ ଆସିଛି । ହେଲେ କାହିଁକି ? ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମ ନିର୍ମାତା ହୋମି ଅଡଜାନିଆଁ ଏକ ଫିଲ୍ମ ପାଇଁ କଙ୍ଗନାଙ୍କୁ ପ୍ରସ୍ତାବ ଦେଇଥିଲେ । ଏଥିରେ ମେଲ୍ ଲିଡ୍ ରୋଲ୍ ପାଇଁ ସୁଶାନ୍ତ ଚୟନ ହୋଇଥିଲେ । ହେଲେ ୨୦୧୬ରେ ଏହି ଫିଲ୍ମର ଅଫରକୁ କଙ୍ଗନା ପ୍ରତ୍ୟାଖ୍ୟାନ କରିଥିଲେ । ସେହି ସମୟରେ ସାହିଦ କାପୁରଙ୍କ ସହ ଫିଲ୍ମ ରଙ୍ଗୁନ ପାଇଁ ସେ ବ୍ୟସ୍ତ ଥିଲେ । ତା ଛଡା ଫିଲ୍ମ ସିମ୍ରନ୍ ପାଇଁ ବି ତାଙ୍କୁ ସମୟ ଦେବାକୁ ପଡୁଥିଲା ।

ହୋମି ଅଡଜାନିୟାଙ୍କଠାରୁ ଫିଲ୍ମର ସ୍କ୍ରିପ୍ଟ ଶୁଣିବା ପରେ ଅଭିନୟ କରିବାକୁ ହଁ ଭରିଥିଲେ କଙ୍ଗନା । ହେଲେ ପରେ ସିଧାସଳଖ କାମ କରିବାକୁ ମନା କରିଦେଇଥିଲେ । ତେବେ ଅନ୍ୟ କୌଣସି କାରଣ ନୁହେଁ ବରଂ ଡେଟ୍ ଇସ୍ୟୁ ପାଇଁ ସେ ହୋମିଙ୍କୁ ସେ ରେଡ ସିଗ୍‌ନାଲ୍ ଦେଇଥିଲେ । କଙ୍ଗନାଙ୍କ ମନା କରିବା ପରେ ହୋମି ବି ସେହି ଫିଲ୍ମକୁ ଆଉ ନିର୍ମାଣ କରିନଥିଲେ ।

Leave A Reply

Your email address will not be published.