Latest Odisha News

କରୋନା ପାଇଁ ଏବର୍ଷ କମିଛି ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶରେ ଜିଏସ୍‌ଟି ଆଦାୟ କମିଛି । ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହ ୨.୩୫ ଲକ୍ଷ କୋଟି ଟଙ୍କା କମ୍ ରହିଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ୪୧ତମ ଜିଏସ୍‌ଟି ବୈଠକ ବସିଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟଗୁଡିକୁ ନିଜର ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ୨ଟି ବିକଳ୍ପ ଦିଆଯାଇଛି ।

ପ୍ରଥମ ବିକଳ୍ପ ହେଉଛି କେନ୍ଦ୍ର ସରକାର ନିଜେ ଋଣ କରି ରାଜ୍ୟମାନଙ୍କୁ ସହଯୋଗ କରିବେ । ସେହିପରି ଦ୍ୱିତୀୟଟି ହେଉଛି ରାଜ୍ୟଗୁଡିକ ସିଧାସଳଖ ଆର୍‌ବିଆଇ ଠାରୁ ଋଣ କରି ନିଜର ଅର୍ଥନୀତିକୁ ସଜାଡିବେ । ଏନେଇ ଆସନ୍ତା ୭ ଦିନ ଭିତରେ ନିଜର ବିକଳ୍ପ ବାଛିବାକୁ ରାଜ୍ୟଗୁଡିକୁ କୁହାଯାଇଛି । ଏହି ବକଳ୍ପ କେବଳ ଚଳିତ ବର୍ଷ ପାଇଁ ହିଁ ଲାଗୁ ହେବ । ୨୦୨୧ରେ ପୁଣି ବୈଠକ ବସିବ ଏବଂ ସ୍ଥିତିର ସମୀକ୍ଷା କରାଯିବ ।

କେନ୍ଦ୍ର ଅର୍ଥ ସଚିବ ଅଜୟ ଭୁଷଣ ପାଣ୍ଡେ କହିଛନ୍ତି ଯେ ମହାମାରୀ ଯୋଗୁଁ ଏବର୍ଷ ମୋଟ ୨.୩୫ ଲକ୍ଷ କୋଟିର ଜିଏସଟି ନିଅଣ୍ଟ ହୋଇଛି । ଏଥିରୁ ୯୭ ହଜାର କୋଟି ଟଙ୍କା ଜିଏସ୍‌ଟି କାର୍ଯ୍ୟକାରିତା ବାବଦରେ ଓ ବାକି ଟଙ୍କା କରୋନା ଯୋଗୁଁ ସଂଗୃହିତ ହୋଇପାରି ନାହିଁ । ସେ କହିଛନ୍ତି ଯେ ୨୦୧୯-୨୦ରେ କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ବାବଦରେ ମୋଟ ୧.୬୫ ଲକ୍ଷ କୋଟି ରାଜ୍ୟମାନଙ୍କୁ ପ୍ରଦାନ କରିଛନ୍ତି । ଗତ ଏପ୍ରିଲ-ଜୁଲାଇ ମାସରେ ରାଜ୍ୟମାନଙ୍କୁ ମୋଟ ୧.୫ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.