Latest Odisha News

ମାଡି ଆସୁଛି ବାତ୍ୟା ‘ଗାଜା’, ସନ୍ଧ୍ୟା ସୁଦ୍ଧା ଛୁଇଁବ ସ୍ଥଳ ଭାଗ

ଚେନ୍ନାଇ: ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇଠାରୁ ୩୨୦ କିଲୋମିଟର ଦୂରରେ ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍ ଏବଂ ପାମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ‘ଗାଜା’ ଗୁରୁବାର ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍ ଓ ପାମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବ ଏବଂ ଏହା ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଏଥିସହିତ ଗତ ୬ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୭କିମି. ବେଗରେ ‘ଗାଜା’ ସ୍ଥଳଭାଗ ଆଡ଼କୁ ଆସୁଥିବାବେଳେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ତାମିଲନାଡ଼ୁ, ପୁଡୁଚେରି ଏବଂ ଆନ୍ଧ୍ରପଦେଶ ଉପକୂଳରେ ହାଇ ଆଲର୍ଟ ଜାରି କରାଯାଇଛି।

ଅନ୍ୟପକ୍ଷରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ହୋଇ ରହିଥିବା ସହ ସ୍କୁଲ୍ ଓ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।

ତେବେ ଓଡ଼ିଶାରେ ଏହି ଘୂର୍ଣ୍ଣିଝଡ଼ର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହଉଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Comments are closed.