Latest Odisha News

କୋଭିଡ ପରିଚାଳନା ପାଇଁ ବିଏମ୍‌ସି ଓ ଖୋର୍ଦ୍ଧା ଦାୟିତ୍ୱରେ ଦୁଇ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: ଦିନକୁ ଦିନ ଖୋର୍ଦ୍ଧା ଓ ଭୁବନେଶ୍ୱରରେ କୋଭିଡ ୧୯ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଦୁଇ ଆଇଏଏସ୍ ଅଧିକାରୀ ପାରୁଲ ପତୱାରୀ, ବିଶାଲ ସିଂଙ୍କୁ ବିଏମସି ଓ ଖୋର୍ଦ୍ଧା ଦାୟିତ୍ୱ ଦେଇଛନ୍ତି ।

ଗଂଜାମ ଜିଲ୍ଲାରେ କୋଭିଡ ପରିଚାଳନା ଦିଗରେ ଏଡିଏମ ଭାବେ ଭଲ କାମ କରିଥିବାରୁ ଏହି ଦୁଇ ଅଧିକାରୀଙ୍କୁ ବଦଳି କରାଯାଇଥିବା ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଏମାନେ ବିଏମସି ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କୋଭିଡ ପରିଚାଳନା ଦିଗରେ ସହାୟତା ଯୋଗାଇ ଦେବେ ।

Comments are closed.