Latest Odisha News

BREAKING NEWS

ଡ୍ରଗ୍ସ ଆଣି ବିକ୍ରି କରୁଥିଲେ ରିୟା: ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ସାମିଲ ଥିଲେ ବଲିଉଡ ଅଭିନେତ୍ରର ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ ଆଣି ରିୟା ବିକ୍ରି ମଧ୍ୟ କରୁଥିଲେ । ଏଭଳି ରିପୋର୍ଟ ଦେଇଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ରିୟାଙ୍କୁ ଏହି ମାମଲାରେ ଏନ୍‌ସିବି ଖୁବ୍‌ଶୀଘ୍ର ସମନ ଜାରି କରିବ ବୋଲି ସୂଚନା ମିଳିଛି । ରିୟାଙ୍କ ଡ୍ରଗ୍ସ ଲିଙ୍କର ସମସ୍ତ ପ୍ରମାଣ ଏନ୍‌ସିବି ହାତରେ ଲାଗିଛି । ତେଣୁ ରିୟା ଗିରଫ ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ମଧ୍ୟ କୁହାଯାଉଛି ।

ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ବେଆଇନ ଡ୍ରଗ୍ସ କାରବାର ସମ୍ପୃକ୍ତି ନେଇ ଏନ୍‌ସିବି ଗିରଫ କରିଥିଲା। ଏହା ପୂର୍ବରୁ ରିୟାଙ୍କ ଘରେ ଏନ୍‌ସିବି ରେଡ୍ କରିଥିଲା । ତାଙ୍କ ମୋବାଇଲ, ଲାପଟପ୍ ସମେତ ଅନେକ ଉପକରଣକୁ ଏନ୍‌ସିବି ଜବତ କରିଥିଲା ।

Leave A Reply

Your email address will not be published.