Latest Odisha News

ଆସନ୍ତୁ ଜାଣିବା ମହାନ ସାଧୁ ବୋଧିଧର୍ମଙ୍କ ବିଷୟରେ..ଯିଏ ଚୀନକୁ ଶିଖାଇଥିଲେ ମାର୍ଶାଲ ଆର୍ଟ୍ସ

ପୁରୀ:ଭାରତରେ ଅନେକ ମହାନ ଲୋକଙ୍କ ଇତିହାସ ଆମେ ପଢ଼ିନେ । ବିଦେଶରେ ସେମାନଙ୍କୁ ପୂଜା କରାଯାଉଥିବା ବେଳେ ଆମ ଦେଶରେ ସେମାନେ ହୋଇ ପଡନ୍ତି ଅଜଣା, ଅଶୁଣା । ଏହାର ମୂଖ୍ୟ କାରଣ ହେଲା ରାଜନୀତି ଓ ଗୁଲାମଗିରି । ଆସନ୍ତୁ ଜାଣିବା ଏପରି ଏକ ସାଧୁଙ୍କ ବିଷୟରେ ଯିଏ ଚୀନକୁୂ ମାର୍ଶାଲ ଆର୍ଟ୍ସ ଶିଖାଇଥିଲେ । ସେହି ମହର୍ଷିଙ୍କ ନାମ ହେଲା ବୋଧିଧର୍ମ ।

ବୋଧିଧର୍ମ:ବୋଧିଧର୍ମଙ୍କ ଜନ୍ମ ଦକ୍ଷିଣଭାରତର ପଲ୍ଲବ ରାଜ୍ୟର କାଂଚିପୁରମ୍ ରାଜ ପରିବାରରେ ହୋଇଥିଲା । ଅଳ୍ପ ବୟସରେ ସେ ରାଜ୍ୟ ଛାଡି ଭିକ୍ଷୁକ ହୋଇ ଯାଇଥିଲେ । ୨୨ ବର୍ଷରେ ମୋକ୍ଷର ପ୍ରଥମ ଅବସ୍ଥା ପାପ୍ତ କରିଥିଲେ । ଏହା ପରେ ସେ ସତ୍ୟ, ଧର୍ମ ଓ ଧ୍ୟାନର ପ୍ରଚାର ପାଇଁ ଚୀନ ଗଲେ । ନାନ କିଙ୍ଗ ଗ୍ରାମରେ ପଂହଚିବା ପରେ ତାଙ୍କୁ କିନ୍ତୁ ଗ୍ରାମବାସୀ ଗ୍ରାମରେ ପୂରାଇ ଦେଇ ନ ଥିଲେ । ଗାଁ ବାହାରେ ସେ ରହିଥିଲେ । ଏହା ପରେ ମହାମାରୀ ବ୍ୟାପିଥିଲା । ବୋଧିଧର୍ମନ ସେମାନଙ୍କ ଉପଚାର କରି ସୁସ୍ଥ କରାଇଥିଲେ । ଗ୍ରାମବାସୀମାନେ ଭୁଲ ବୁଝିପାରି ତାଙ୍କୁ ଶରଣ ଦେଇଥିଲେ । ସେ ସମୟରେ ହଠାତ୍ ଏକ ନୃଶଂସ ଓ କ୍ରୁର ଗୋଷ୍ଠୀ ଗ୍ରାମ ଉପରେ ଆକ୍ରମଣ କରିଥିଲେ । ବୋଧିଧର୍ମନ ସମ୍ମୋହନ ବିଦ୍ୟା, କାଲାରିପଡୁ ନାମକ ଆକ୍ରମଣ ଶୈଳୀରେ ଶତ୍ରୁଙ୍କୁ ପରାସ୍ତ କରିଥିଲେ । ଚୀନ ଲୋକମାନେ ଏ ଭଳି କଳା ପୂର୍ବରୁ ଦେଖି ନ ଥିଲେ । ସେମାନେ ତାଙ୍କଠାରୁ ଆତ୍ମ ରକ୍ଷା ବିଦ୍ୟା ଶିଖିବା ଆରମ୍ଭ କରିଥିଲେ । ବହୁତ ବର୍ଷ ପରେ ସେ ଭାରତ ଯିବା ପାଇଁ କହିଥିଲେ । ମାତ୍ର ସେଠାକାର ଜ୍ୟୋତିଷମାନେ ଜାଣିପାରିଥିଲେ ବୋଧିଧର୍ମ ଯିବା ମାନେ ବିପଦ ମାଡି ଆସିବ । ବୋଧିଧର୍ମଙ୍କୁ ଜୀବିତ କିମ୍ବା ମୃତ ଅବସ୍ଥାରେ ରଖିବା ପାଇଁ ଗ୍ରାମବାସୀଙ୍କୁ କହିଲେ । ଗ୍ରାମବାସୀମାନେ ତାଙ୍କୁ ରୋକିବା ପାଇଁ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ । ବୋଧିଧର୍ମ ଏହା ଜାଣିବା ପରେ କାରଣ ପଚାରିଥିଲେ । ଗ୍ରାମବାସୀ ସବୁ କଥା କହିଥିଲେ । ଏହା ଶୁଣିବା ପରେ ସେ ବିଷ ମିଶା ଖାଦ୍ୟ ଖାଇଥିଲେ । ଏହା ପରଠାରୁ ବୋଧିଧର୍ମଙ୍କୁ ଚୀନର ସମ୍ମାନର ସହ ପୂଜା କରାଯାଏ । ଚା ପତିର ଉଦ୍ଭାବନ ମଧ୍ୟ ଏହି ମହାପୁରଷ କରିଥିଲେ । ଚୀନ ସେବେଠାରୁ ବୋଧିଧର୍ମଙ୍କୁ କଳାକୁ ଭଲ ଭାବେ ଅଧ୍ୟୟନ କରି ଏବେ ମାର୍ଶିଆଲ ଆର୍ଟ୍ସର କେନ୍ଦ୍ର ପାଲଟିଛି ।

କଲାରିପଟ୍ଟୁ କଣ: ମହର୍ଷି ଅଗସ୍ତ୍ୟ ଓ ଭଗବାନ ପର୍ଶୁରାମ ଏହି କଳାର ଜନକ ଥିଲେ । ପରେ ଭଗବାନ ଶ୍ରୀକୃଷ୍ଣ ଏହି କଳାରେ ପାରଙ୍ଗମ ହୋଇଥିଲେ।  ଯାହା ଫଳରେ ସେ ପିଲାବେଳୁ ବଳଶାଳୀ ଅସୁରଙ୍କୁ ମାରି ପାରିଥିଲେ । ଶ୍ରୀକୃଷ୍ଣଙ୍କ ଡାଣ୍ଡିଆ ରସ ଏହାର ଏକ ନୃତ୍ୟ ରୂପ । ଶ୍ରୀକୃଷ୍ଣଙ୍କ ନାରାୟଣୀ ସେନା ଏହି କଳା ଯୋଗୁ ସବୁଠାରୁ ଭୟଙ୍କର ସେନାରେ ପରିଣତ ହୋଇଥିଲେ । ବୋଧିଧର୍ମ ଏହି କଳାରେ ମହାରଥୀ ହାସଲ କରିଥିଲେ।

Leave A Reply

Your email address will not be published.