Latest Odisha News

BREAKING NEWS

ପେପର କପରେ ଚା’ ପିଉଥିଲେ ସାବଧାନ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ଵର: ଶୀତ ହେଉ କି ଖରା । ସକାଳର ଆରମ୍ଭ ଏକ କପ୍ ଚା’ ରୁ ହୋଇଗଲେ ସକାଳଟା ପୁରା ତାଜା ହୋଇଯାଏ । ତେବେ ସଭିଙ୍କୁ ଚା ଏତେତା ପସନ୍ଦ ନଥାଏ । କାହାକୁ ଚା ବଦଳରେ କଫି ପିଇବା ପସନ୍ଦ ଥାଏ । ସେ ଯାହା ବି ହେଉ ଘର ବାହାର, ରାସ୍ତା ଘାଟ ସବୁଠି ଖଲିଥାଏ ଚା’ ପସରା । ଗୋଟେ ଛୋଟ ଛୋଟ ପେପର କପରେ ଭଳିକି ଭଳି ଚା, କଫି ଦୋକାନୀ ବଢାଇଦିଏ ଗ୍ରାହକଙ୍କ ହାତକୁ । କିନ୍ତୁ କଣ ଆପଣ ଜାଣନ୍ତି କି ଆମେ ଯେଉଁ ପେପର କପରେ ଚା ଏବଂ କଫି ପିଉ ତା’ ସ୍ଵାସ୍ଥ୍ୟ ପାଇଁ କେତେ ପରିମାଣରେ କ୍ଷତିକାର ସାବ୍ୟସ୍ତ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି କପ୍ ଆମ ସ୍ଵାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇଥାଏ । ଏହି କପରେ ଚା ଏବଂ କଫି ପିଇବା ସ୍ଲୋ-ପଏଜନ୍ ପିଇବା ସହ ସମାନ ।

ସାଧାରଣତଃ କାଗଜରେ କୌଣସି ତରଳ ପଦାର୍ଥ ବେଶି ସମୟ ରହିପାରେ ନାହିଁ । ସେଥିପାଇଁ କାଗଜ କପରେ ୱାଟରପ୍ରୁଫିଂ ପାଇଁ ଏକ ପ୍ରକାରର ପତଳା ସ୍ତର ପ୍ରୟୋଗ କରାଯାଏ । ଏହି ସ୍ତରଟି ପ୍ଲାଷ୍ଟିକର ଏକ ଅତି ପତଳା ସ୍ତର । ଯାହାକୁ ମାଇକ୍ରୋପ୍ଲାଷ୍ଟିକ୍ କୁହାଯାଏ । ଏହି ମାଇକ୍ରୋପ୍ଲାଷ୍ଟିକ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ । ଯେତେବେଳେ ଆପଣ କୌଣସି କାଗଜ କପରେ ଚା, କଫି କିମ୍ବା କୌଣସି ଗରମ ପାନୀୟ ପିଅନ୍ତି ସେତେବେଳେ କପରେ ଥିବା ପ୍ଲାଷ୍ଟିକର ସେହି ପତଳା ସ୍ତରରୁ ବହୁତ ଛୋଟ କଣିକା ବାହାରିଥାଏ । ଏଗୁଡିକ ଏତେ ଛୋଟ ଯେ ଏହାକୁ ଖାଲି ଆଖିରେ ଦେଖି ହୁଏ ନାହିଁ । ଧୀରେ ଧୀରେ ଏହି କଣିକାଗୁଡ଼ିକ କପରୁ ପାନୀୟରେ ଦ୍ରବୀଭୂତ ହେବାକୁ ଲାଗିଲେ। ଫଳରେ ପିଉଥିବା ଚା ଏବଂ କଫି ମାଧ୍ୟମରେ ଏହା ଶରୀର ମଧ୍ୟକୁ ଯାଏ । ଏହି ପଦାର୍ଥ ଏତେ ଖରାପ ଯେ ଏହାଦ୍ଵାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ମଧ୍ୟ ଥାଏ ।

ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ଏକ କାଗଜ କପରେ ପ୍ରାୟ ୨୦ ହଜାର ରୁ ୨୫ ହଜାର ମାଇକ୍ରୋପ୍ଲାଷ୍ଟିକ୍ କଣିକା ରହିଥାଏ । ଏହି କପରେ ଯଦି ୧୫ ମିନିଟ୍ ପର୍ଯ୍ୟନ୍ତ ଗରମ ପାନୀୟ ରଖାଯାଏ ତେବେ ଏହି କଣିକା ସେହି ପାନୀୟରେ ମିଶି ଯାଏ । ତାହାକୁ ଆମେ ପିଇଲେ ସେହି କଣିକା ଗୁଡିକ ଶରୀରରେ ପ୍ରବେଶ କରି ହରମୋନକୁ ଅସନ୍ତୁଳନ ଏବଂ କର୍କଟ ଭଳି ଗମ୍ଭୀର ରୋଗ ସୃଷ୍ଟି କରିପାରେ।

 

Comments are closed.