Latest Odisha News

BREAKING NEWS

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ପୁଣି ମନ୍ଦିର ଭିତରେ ପଶିଲେ ବିଦେଶୀ

ପୁରୀ: ପୁରୀରେ ନିଶାସକ୍ତ ବିଦେଶୀ ପର୍ଯ୍ଯଟକଙ୍କ ଦୌରାତ୍ମ୍ୟ। କଡା ସୁରକ୍ଷା ବଳୟ ଭେଦକରି ଶ୍ରୀମନ୍ଦିର ଭିତରକୁ ଯାଇ ସୁରକ୍ଷାକର୍ମୀଙ୍କ ସହ ହେଲେ ହାତାହାତି । ଗୋଟିଏ ମାସ ଭିତରେ ଦୁଇଦୁଇ ଜଣ ବିଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାରୁ ସୁରକ୍ଷାକର୍ମୀଙ୍କ ଅବହେଳା ଏବେ ପଦାରେ ପଡିଛି। ଯାହାକୁ ନେଇ ପୁରୀ ପୋଲିସର ପାରିବାପଣିଆ ସହ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି ।

ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିରୁ ଜଣେ ବିଦେଶୀ ପର୍ଯ୍ୟଟକ ନିଶାସକ୍ତ ଅବସ୍ଥାରେ ଉତ୍ପାତ ହେବାପରେ ଶ୍ରୀମନ୍ଦିର ଭିତରକୁ ଯାଇ ବେହରଣ ଦ୍ୱାର ନିକଟରେ ଧରାପଡିବା ପରେ ସୁରକ୍ଷାକର୍ମୀଙ୍କ ସହ ହାତାହାତି ହୋଇଛନ୍ତି। ତେବେ ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକ କିଭଳି ଶ୍ରୀମନ୍ଦିର ଭିତରକୁ ଗଲେ ତାହା ଏଯାବତ୍ ଜଣା ପଡିନଥିବା ବେଳେ ଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ତେବେ ବିଦେଶୀ ପର୍ଯ୍ଯଟକଙ୍କ ନାମ ହେଉଛି ଥୋମାସ କ୍ରେଜ ସେଲଡନ। ସେ ବ୍ରୀଟିସ ନାଗରିକ ବୋଲି ତାଙ୍କ ପରିଚୟପତ୍ରରୁ ଜଣାପଡିଛି । ତେବେ ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରକୁ ଯାଇ ବେହରଣ ଦ୍ୱାର ନିକଟରେ ଧରାପଡିବା ପରେ ସୁରକ୍ଷାକର୍ମୀଙ୍କ ସହ ହାତାହାତି ହୋଇଥିଲେ। ପରେ ପୋଲିସ ତାଙ୍କୁ ତତକ୍ଷଣାତ୍ କାବୁ କରି ଟାଉନଥାନା ଆଣି ଅଧିକ ପଚରାଉଚରା ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୩ ତାରିଖରେ ଜଣେ ମହିଳା ବିଦେଶୀନି ଶ୍ରୀମନ୍ଦିର ଭିତରକୁ ଯାଇ ବାଇଶିପାହାଚ ନିକଟରେ ଧରା ପଡିଥିଲେ।

Leave A Reply

Your email address will not be published.