Latest Odisha News

BREAKING NEWS

ବିଦେଶୀ ଆପକୁ ବର୍ଜନ ପାଇଁ ଆହ୍ୱାନ ବେଳେ ଦେଶୀ ଆପରେ ଠକାମିର ଜାଲ, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଠକାମି ପାଇଁ ବିଦେଶୀ ଆପର ଅପପ୍ରଚାର । ଦେଶୀ ଆପରେ ଠକେଇ ପାଇଁ ଚାଲ୍। ଏମିତି ଢଙ୍ଗରେ ଡିଜିଟାଲ ବିପ୍ଳବ ଆଳରେ ଦେଶୀ ଆପର ପ୍ରମୋସନ କରି ଠକେଇ ପାଇଁ ଜାଲ ବିଛାଇଥିଲେ । ଆଉ ନିରୀହ ଲୋକଙ୍କୁ ପୁଞ୍ଜି ନିବେଶର ସ୍କିମ ଦେଖାଇ ଠକୁଥିଲା ଠକ। ଏମିତି ଏକ ଠକକୁ ଉତରପ୍ରଦେଶର ମୁଜାଫାନଗରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍।

ଇଓଡବ୍ଲୁର ସୂଚନା ମୁତାବକ ବିଦେଶୀ ଆପରେ ଟଙ୍କା ବିଦେଶ ପଳାଇବାର ଭୟ ସୃଷ୍ଟି କରୁଥିଲେ। ଏଥିପାଇଁ ନିଜ ଦେଶର ଆପ ଡାଉନଲୋଡ କରି ନିଜକୁ ଲାଭବାନ ପାଇଁ କରୁଥିଲେ ପ୍ରଲୋଭିତ। ଏହିପରି ଢଙ୍ଗରେ ଅନେକ ଚର୍ଚ୍ଚିତ ଆପ ଯେପରିକି ୟୁଟୁବ, ହ୍ୱାଟସପ,ନେଟଫ୍ଲିକ୍ସ ଭଳି ଆମାଜନ ଓ ଓ୍ବାଲେଟ ପେ ଭଳି ଅନେ ଆପକୁ ବିଦେଶୀ ଆପ କହି ବ୍ୟବହାର ନକରିବାକୁ ଲୋକଙ୍କ ମନରେ ଭୟ ସୃଷ୍ଟି କରାଉଥିଲେ।

ଏପରିକି ଆପଣ ତଥ୍ୟ ଆପଣଙ୍କ ପୁଞ୍ଜି ବିଦେଶକୁ ପଳାଇବାର ଭୟ ଦେଖାଉ ଥିଲେ। ଏଥିପାଇଁ ଏଇଭଳି ଆପର ବ୍ୟବହାର ଉପଯୋଗୀ ଭଳି ଆପ ଚିଠି ଆପରେ ଚାଟିଂ ଓ ଫଟୋ ସେୟାର ଭଳି ସୁବିଧା ସୁଯୋଗ ସହ mytube app ଭଳି ଆପରେ ମୁଭିଜ ଓ ଓଟିଟି ଫିଲ୍ଲମ ଦେଖିବାର ସୁଯୋଗ ଦେବାଭଳି ,shopssubkuch ଇକମର୍ସ ସପି ସାଇଟ ,mypay ଭଳି ମୋବାଇଲ ପେମେଣ୍ଟ ଆପକୁ ଦେଶୀ ଆପ କହି ଏହାକୁ ବ୍ୟବହାର ପାଇଁ ପ୍ରମୋସନ କରୁଥିଲେ।

ଆପ ଡାଉନଲୋଡ କରି ବ୍ୟବହାର‌ କଲେ ଏଥିପାଁଇ କମ୍ପାନୀରୁ ରେଫରାଲ ହିସାବରେ ଲାଭ ସହ ଏଥିରେ ଟଙ୍କା ବିନିଯୋଗ ସ୍କିମରେ ପୁଞ୍ଜି ନିବେଶ କଲେ ଡବଲ ହେବାର ଲୋଭ ଦେଖାଉଥିଲେ। ପ୍ରଥମେ ପ୍ରଥମେ ଭଲ ରିଟର୍ଣ୍ଣ ଦେବା ସହ ପରେ ପରେ ଲୋକଙ୍କ ଟଙ୍କା ନେଇ ଠକୁଥିଲେ। ଏଇଭଳି ଢଙ୍ଗରେ ଠକାମି କରୁଥିବା ଡିଜିଟାଲ ରିଭଲ୍ୟୁସନର ଏମଡିକୁ ଗିରଫ କରି ବାଲେଶ୍ୱର କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍।

ଏ ନେଇ ଓଡିଶାରୁ ବିଭିନ୍ନ ସ୍ଥାନରୁ ଦେଢ କୋଟି ଟଙ୍କା ଠକିବା ସହ ଦେଶର‌ ବିଭିନ୍ନ ସ୍ଥାନରୁ ଠକିଛନ୍ତି ଏହି ଲୁଟେରା । ଏନେଇ ତଦନ୍ତ ଜାରି ରଖିଛି ଇଓଡବ୍ଲୁ ଟିମ୍ ।

Leave A Reply

Your email address will not be published.