Latest Odisha News

BREAKING NEWS

ବିହାରରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ, ୩୩ ଜଣଙ୍କର ମୃତ୍ୟୁ

ପାଟଣା: ବିହାରର ୧୬ଟି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତରେ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଭାଗଲପୁର ଜିଲ୍ଲାରେ ସର୍ବାଧିକ ୭ ଜଣ ପ୍ରାଣ ହରାଇଥିବା ବେଳେ ଦ୍ୱିତୀୟରେ ମୁଜାଫରପୁର ଜିଲ୍ଲାରେ ସର୍ବାଧିକ ୬ ଜଣ ପ୍ରାଣ ହରାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଝଡ଼ତୋଫାନ ଓ ବଜ୍ରପାତରେ ୧୬ଟି ଜିଲ୍ଲାରେ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଫସଲ ଓ ଘରଭଙ୍ଗା ଆକଳନ କରି ପରିବାରକୁ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବାତ୍ୟା ଓ ବଜ୍ରପାତରେ ଫସଲ ଓ ଘର କ୍ଷତିଗ୍ରସ୍ତ ହେବା ନେଇ ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରତିକୂଳ ପାଗ ସମୟରେ ଲୋକଙ୍କୁ ଘର ଭିତରେ ରହିବା ସହ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୧୯ ତାରିଖ ମଧ୍ୟାହ୍ନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହ ସାମାନ୍ୟ ବର୍ଷା ହୋଇଥିଲା। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଇଏମଡିରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣହା ଜିଲ୍ଲାରେ ୧୫.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଅରରିଆରେ ୫ ମିଲିମିଟର ବର୍ଷା ହୋଇଛି। ସମସ୍ତିପୁରରେ ୨୨ ମିମି, ଭାଗଲପୁରରେ ୧୮.୨ ମିମି ଓ ଅରରିଆରେ ୫ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.