Latest Odisha News

BREAKING NEWS

ମାଛ ମାରିବାକୁ ଯାଇଥିବାବେଳେ ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ

ଅନୁଗୁଳ: ମାଛ ମାରିବାକୁ ଯାଇଥିବାବେଳେ ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଘଟିଛି ଏହିଭଳି ଅଘଟଣ । ରେଙ୍ଗାଳି ଡ଼୍ୟାମର ଜଳଭଣ୍ଡାରକୁ ସେ ମାଛ ମାରିବାକୁ ଯାଇଥିଲେ । ମୃତକ ଜଣକ ହେଲେ ଦେବଗଡ଼ ଜିଲ୍ଲା ଠିଆନାଳ ଗ୍ରାମର ଭାଗ୍ୟ ଧୀବର ବୋଲି ଜଣାପଡ଼ିଛି ।

ଭାଗ୍ୟ ଧୀବର ଗତକାଲିଠାରୁ ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇ ଘରକୁ ଫେରିନଥିଲେ । ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିଥିଲେ । ତେବେ ଆଜି ତାଙ୍କ ମୃତଦେହ ଭାସୁଥିବା ଦେଖି ପାଲଲହଡ଼ା ଅଗ୍ନିଶମ ବିଭାଗ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.