Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଅନଲାଇନ ଆଲୋଚନା ଚକ୍ର

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ବ୍ୟାସକବି ଫକୀରମୋହନ ଭବନ, ନୟାପଲ୍ଲୀ, ଭୁବନେଶ୍ୱର, ଆନୁକୂଲ୍ୟରେ ଗୁଗୁଲ ମିଟ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ , ପାଞ୍ଚ ରାତ୍ରର ପ୍ରଚାର ପ୍ରସାର ନିମନ୍ତେ ନୂତନ ପଦକ୍ଷେପ ନେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପରିଷଦର ପୂର୍ବତନ କାର୍ଯ୍ୟକାରୀ କମିଟିର ସଦସ୍ୟ ଦିବଂଗତ ଗୌରୀ ଶଙ୍କର ହାତୀଙ୍କ ବିୟୋଗରେ ୧ ମିନଟିର ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଗୁରୁଦେବ ଦାମୋଦର ସେନାପତି ଓ ବାଳକୃଷ୍ଣ ପଣ୍ଡାଙ୍କ ଦ୍ଵାରା ମହାପ୍ରଭୁଙ୍କ ଭଜନ ପରିବେଷଣ କରାଯାଇ ଥିଲା । ଦାଶରଥି ସାମନ୍ତରାୟଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ସ୍କନ୍ଦ ପୁରାଣର ଓ ପ୍ରସାର କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ, ସଂକ୍ଷିପ୍ତ ଭାବରେ ପୁନଃ ମୁଦ୍ରଣ ସହ ସ୍କନ୍ଦ ପୁରାଣ ପ୍ରକାଶିତ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା । ଏହା ସହ ବାବାଜୀ ବିଶ୍ଵାଳଙ୍କ ନେତୃତ୍ୱରେ ପରିଷଦର ସମସ୍ତ କାଗଜ ପତ୍ର ଉପଯୁକ୍ତ ଅଧିକାରୀଙ୍କ ପାଖରେ ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ପହଞ୍ଚାଇବାକୁ ଧାର୍ଯ୍ୟ କରାଗଲା ।

ଏହି ଆଲୋଚନା ଚକ୍ରରେ ସମ୍ପାଦକ ନାରାୟଣ ମହାପାତ୍ର, ରବିନାରାୟଣ ମିଶ୍ର କୋଷାଧକ୍ଷ ଅଖିଳ କୁମାର ସାହୁ, ନିରଞ୍ଜନ ପଣ୍ଡା, ମଳୟ ଜେନା, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଶାନ୍ତି ପାଠ ସହ ଏହି ଅନଲାଇନ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Leave A Reply

Your email address will not be published.