Latest Odisha News

ଆଭାସୀ ମାଧ୍ୟମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଉପରେ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ସାହିତ୍ୟ ଓ ସର୍ଜନାକୁ ନେଇ ଥିଙ୍କର୍ସ କ୍ଳବ୍ ପକ୍ଷରୁ ରୀତି ଯୁଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ଭଞ୍ଜ ସାହିତ୍ୟକୁ ନେଇ ୮୧ ତମ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଶୈଳେଶ୍ୱର୍ ନନ୍ଦ, ମନମୋହନ ଆଚାର୍ଯ୍ୟ, ଅଂଶୁମାନ କର ଭଞ୍ଜ ସାହିତ୍ୟର ଶବ୍ଦ ଅର୍ଥ ଗୌରବ ଉପରେ ଆଲୋକପାତ କରିବା ସହ ଭଞ୍ଜ ସାହିତ୍ୟ ଯୋଗୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମର୍ଯ୍ୟାଦା ପାଇ ପାରିଛି ବୋଲି ମତ ପ୍ରକାଶ କରିଥିଲେ l ଏହି ଆଭାସୀ ମଞ୍ଚକୁ ବରଦା ଦାସ ସଂଯୋଜନା କରିଥିବା ବେଳେ ବୈରାଗୀ ଚରଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ l ସର୍ବଶ୍ରୀ ଚିତ୍ତ ରଞ୍ଜନ ଶତପଥୀ, ନିମାଇଁ ସ୍ୱାଇଁ, ପୁଷ୍ପାଞଳି ପରିଡ଼ା, ପ୍ରଫେସର ଉମାଶଙ୍କର ମିଶ୍ର, ଶ୍ରୀନିବାସ ତ୍ରିପାଠୀ, ମୁଖ୍ୟଯନ୍ତ୍ରୀ ସୁଧାକର ପତ୍ରୀ, ଶିରିସ ଚନ୍ଦ୍ର ସାହୁଙ୍କ ସହ ବହୁ ବ୍ୟକ୍ତି ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

 

Leave A Reply

Your email address will not be published.