Latest Odisha News

BREAKING NEWS

ଇଟାଲୀ କନ୍ୟାକୁ ଇଣ୍ଡିଆ ବର: ହିନ୍ଦୁ ରୀତିନୀତିରେ ମନ୍ଦିରରେ କଲେ ବିବାହ

ଉତ୍ତର ପ୍ରଦେଶ: କଥାରେ ଅଛି, ପ୍ରେମ ମାନେନା ଜାତି, ଧର୍ମ, ରଙ୍ଗ, ବନ୍ଧବାଡ଼, ରାତି ଦିନ । ପ୍ରେମ ପାଇଁ କେବେ କିଏ କାହାର ଜୀବନ ନେଲାଣି ତ କେବେ ଜୀବନ ଦେଲାଣି । ଆଉ ପୁଣି ପ୍ରେମ ପାଇଁ କିଏ ଦେଶଛାଡ଼ି ଅନ୍ୟଦେଶକୁ ଯାଉଛନ୍ତି ।  ଏଭଳି ଏକ ପ୍ରେମ କାହାଣୀକୁ ନେଇ ପାକିସ୍ତାନର ସୀମା ହାଇଦର ଚର୍ଚ୍ଚାର ରହିଥିଲେ । ଯିଏ ନିଜ ପ୍ରେମିକକୁ ପାଇବାକୁ ବେଆଇନ ତରିକାରେ ଭାରତରେ ପ୍ରବେଶ କରିଥିଲେ । ସେହିପରି ମଧ୍ୟପ୍ରଦେଶର ଅଞ୍ଜୁ ମଧ୍ୟ ନିଜ ପ୍ରେମ ପାଇଁ ସୁଦୁର ପାକିସ୍ତାନ ଚାଲିଜାଇଥିଲେ ।

ସେପଟେ ଅନେକ ପାଶ୍ଚାତ୍ୟ ଦେଶର ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ସାତ ଜନ୍ମର ସାଥି ବାଛିଛନ୍ତି । ଏଭଳି ଆଉ ଏକ ଘଟଣା ଉତ୍ତର ପ୍ରଦେଶର ଜୌନପୁରରେ ଦେଖିବାକୁ ମିଳିଛ । ଏଠାରେ ଜଣେ ଇଟାଲୀୟ ଯୁବତୀ ଭାରତୀୟ ଯୁବକଙ୍କୁ ବିବାହ କରିଛନ୍ତି । ଉତ୍ତର ପ୍ରଦେଶ ଜୋନପୁରର ଜଲାଲପୁରରେ ଥିବା ଐତିହାସିକ ତ୍ରିଲୋଚନ ଶିବ ମନ୍ଦିରରେ ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁସାରେ ଇଟାଲୀୟ ଯୁବତୀ ଭାରତୀୟ ଯୁବକ ବିବାହ କରିଛନ୍ତି ।

ବାରାଣସୀ ନିବାସୀ ଅଖିଳେଶ ବିଶ୍ବକର୍ମା ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରି ସାରିବା ପରେ ୨୦୧୬ରୁ କତାରରେ କ୍ୟାବିନ କ୍ରୁ ଭାବରେ କାମ କରୁଥିଲେ । ୨୦୨୨ ମସିହାରେ କତାରର ସୁକ୍ ୱାକିଫ୍ର ଏକ ହୋଟେଲରେ ବନ୍ଧୁଙ୍କ ଜନ୍ମଦିନ ଭୋଜିରେ ଇଟାଲୀର ତାନିଆ ପବ୍ଲିକୋଙ୍କୁ ଭେଟିଥିଲେ | ପରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଉଭୟ ଅନ୍ୟ ଦେଶରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ଦୁହେଁ କୋର୍ଟରେ ବିବାହ କରିଥିଲେ । ତେବେ ଅଖିଳେଶ ଓ ତାନିଆଙ୍କ ବିବାହକୁ ଅଖିଳେଶଙ୍କ ପରବାର ଲୋକେ ମଧ୍ୟ ସମ୍ମତି ଜଣାଇଥିଲେ । ବର୍ତ୍ତମାନ ପୁନଃ ଏହି ଦୁଇଜଣଙ୍କ ହିନ୍ଦୁ ରୀତିନୀତିରେ ଶିବମନ୍ଦିରରେ ବିବାହ ହୋଇଛି ।

Leave A Reply

Your email address will not be published.