Latest Odisha News

BREAKING NEWS

ମହାରାଷ୍ଟ୍ର ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା, ପୁଣେରେ ବି ନାଇଟ କର୍ଫ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ପ୍ରକୋପ ବଢୁଛି । ରାଜ୍ୟରେ କିଭଳି ଭାବେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି । ସେଠାକାର ସରକାର ଓ ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡରେ ରହିଛି । ଅମରାବତୀ ଡିଭିଜିନାଲ୍ ଜିଲ୍ଲାପାଳ ରବିବାର ଅମରାବତୀ, ଅକୋଲା, ବୁଲଢାନା, ଜବତମାଳ ଓ ବାଶିମରେ ସାତ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ମାର୍ଚ୍ଚ ୧ ତାରିଖ ଯାଏଁ ସେଠାରେ କଟକଣା ଜାରି ରହିବ । 

ବିବାହରେ କେବଳ ୨୫ ଜଣ ଲୋକଙ୍କୁ ଯୋଗ ଦେବାକୁ ସୁଯୋଗ ମିଳିବ ଏବଂ ଅଫିସ କେବଳ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି  ।

ଏହାସହ ପୁଣେରେ ମଧ୍ୟ ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛିି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ସେଠାରେ ବୁଲାବୁଲି ଉପରେ କଟକଣା ଲଗାଯାଇଛି । ତେବେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ । ତା ସହିତ ଫେବୃଆରୀ ୨୮ ତାରିଖ ଯାଏଁ ସେଠାରେ ସ୍କୁଲ-କଲେଜ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.