Latest Odisha News

BREAKING NEWS

୨୦୨୨ରେ ଲଂଚ କରାଯିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଉତକ୍ଷେପଣ ୨୦୨୨ରେ ହେବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମୁଖ୍ୟ କ.ଶିବନ କହିଛନ୍ତି । ଚନ୍ଦ୍ରଯାନ-୨ ପରି ଏଥିରେ ମଧ୍ୟ ଲ୍ୟାଣ୍ଡର ଓ ରୋଭର ରହିବ । ତେବେ ଚନ୍ଦ୍ରଯାନ-୩ର କକ୍ଷପଥ ରହିବ ନାହିଁ ବୋଲି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୨୦ ଏପ୍ରିଲରେ ଏହା ଉତକ୍ଷେପଣ ହେବାକୁ ଥିଲା । କରୋନା ମହାମାରୀ ଯୋଗୁ ଏହା ସମ୍ଭବପର ହୋଇପାରି ନ ଥିଲା

BjdElectrycity

। ଏହାକୁ ଯଥାସମ୍ଭବ ଆସନ୍ତା ବର୍ଷ ଉତକ୍ଷେପଣ କରିବା ପାଇଁ ଆମେ ଉଦ୍ୟମ ଆରମ୍ଭ କରିଦେଉଛୁ ବୋଲି ଶିବନ କହିଛନ୍ତି । ୨୦୧୯ ଜୁଲାଇରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ହୋଇଥିଲା । ଇସ୍ରୋର ଚନ୍ଦ୍ରଯାନ-୩ ସମେତ ମାନବରହିତ ମହାକାଶ ଅଭିଯାନ ଯୋଜନା କରୋନା ଯୋଗୁ ଅଟକି ପଡିଛି ।

Leave A Reply

Your email address will not be published.