Latest Odisha News

ଆଉ ୨ ବିଧାୟକଙ୍କ ଇସ୍ତଫା, ସଙ୍କଟରେ ପୁଡୁଚେରୀ ସରକାର

ପୁଡୁଚେରୀ: ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ପୁଡୁଚେରୀ ସରକାର ସଙ୍କଟରେ ପଡିଛି । ରବିବାର ଶାସକ କଂଗ୍ରେସ ଦଳର ବିଧାୟକ କେ.ଲକ୍ଷ୍ମୀନାରଣ ଏବଂ ଡିଏମକେର ଭେଙ୍କେଟସାନ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସାମୀ ଚିନ୍ତାରେ ପଡି ଯାଇଛନ୍ତି । ପୂର୍ବରୁ ମଲାଦି କ୍ରିଷ୍ଣାରାଓଙ୍କ ସମେତ ଆଉ ୪ଜଣ ବିଧାୟକ ଇସ୍ତଫା ଦେବା ପରେ ଶାସକ ଦଳ ଅଳ୍ପମତକୁ ଆସି ଯାଇଥିଲା ।

୩୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏବେ ୭ ବିଧାୟକ ଇସ୍ତଫା ଦେଇଛନ୍ତି । ଏବେ ଶାସକ ଦଳ ପାଖରେ ୧୧ ଏବଂ ବିପକ୍ଷ ଦଳ ନିକଟରେ ୧୪ ବିଧାୟକ ଅଛନ୍ତି । ସୋମବାର ଫ୍ଲୋରଟେଷ୍ଟ ହେବ ।

Leave A Reply

Your email address will not be published.