Latest Odisha News

BREAKING NEWS

ପରିବେଶ ପାଇଁ ‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ ‘ଗିଫ୍ଟ୍‍ ଏ ପ୍ଲାଣ୍ଟ୍‍’ ଅନୁଷ୍ଠିତ

ଭୁବନେଶ୍ୱର: ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଓଡିଶାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ପ୍ରତିବର୍ଷ ‘ଗିଫ୍ଟ ଏ ପ୍ଲାଣ୍ଟ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷ ବଣ୍ଟନ କରାଯାଉଛି। ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ଚଳିତ ବର୍ଷ ୫ ଲକ୍ଷ ବୃକ୍ଷ ବଣ୍ଟନ କରାଯିବାର ପ୍ରୟାସ ଜାରି ରହିଛି ବୋଲି ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସନାୟକ କହିଛନ୍ତି।

ଜୀବଜଗତ ବଞ୍ଚି ରହିବା ପାଇଁ ଗଛଲତା, ନଦୀ, ସମୁଦ୍ର ଆଦି ନିତ୍ୟାନ୍ତ ଜରୁରୀ। ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇ ଆସିଛି। କିନ୍ତୁ ମନୁଷ୍ୟ ଲୋଭ ଓ ସ୍ୱାର୍ଥସାଧନ ନିମନ୍ତେ ଦିନକୁ ଦିନ ପ୍ରକୃତି ଓ ପରିବେଶ ଉପରେ ଦାଉ ସାଧୁଛି। ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛ କଟା ଯୋଗୁଁ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ପ୍ରଭାବ ବଢି ଚାଲିଛି। ଫଳସ୍ୱରୂପ ଦିନ ତାପମାତ୍ରା ବଢି ଚାଲିଥିବା ବେଳେ ବର୍ଷାର ପରିମାଣ କମି ଆସିଲାଣି। ସେଥିପାଇଁ ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ।

ଅବାଧ ଗଛକଟା ସହିତ କଳକାରଖାନା ଓ ଗାଡିମଟରର ଅହେତୁକ ସଂଖ୍ୟା ବୃଦ୍ଧି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ କାର୍ବନ ମନୋକ୍ସାଇଡ୍‍, କ୍ଲୋରୋଫ୍ଲୋରୋ କାର୍ବନ, ମିଥେନ୍‍, ନାଇଟ୍ରସ୍‍ ଅକ୍ସାଇଡ୍‍ ଭଳି ବିଷାକ୍ତ ଗ୍ୟାସ ବୃଦ୍ଧି କରିଥାଏ। ଫଳସ୍ୱରୂପ ବାୟୁମଣ୍ଡଳରେ ଥିବା ଓଜୋନ୍‍ ସ୍ତରରେ ରନ୍ଧ୍ର ହେବା ଯୋଗୁଁ ସୂର୍ଯ୍ୟଙ୍କଠାରୁ ବିକିରଣ ହେଉଥିବା ଅତି ବାଇଗଣୀ ରଶ୍ମି ପୃଥିବୀପୃଷ୍ଠରେ ପଡିଥାଏ। ଯାହାକି ତାପମାତ୍ରା ବୃଦ୍ଧି ସହିତ ଚର୍ମକର୍କଟ ଭଳି ରୋଗକୁ ସୃଷ୍ଟି କରିଥାଏ। ଏହିପରି ବାୟୁମଣ୍ଡଳ ଅସନ୍ତୁଳିତ ହେଲେ ଆଗାମୀ ଭବିଷ୍ୟତପିଢି ଏକ ବିରାଟ ଅସୁବିଧାର ସମ୍ମୁଖୀନ ହେବେ।

ଆକାଶ ଦାସନାୟକଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱର ପଟିଆସ୍ଥିତ ତ୍ରିଷ୍ଣା ପେଟ୍ରୋଲପମ୍ପଠାରେ ‘ଗିଫ୍ଟ ଏ ପ୍ଲାଣ୍ଟ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ୫ ହଜାର ବୃକ୍ଷ ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ’ର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ ଏହି ମହତ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ ‘ଥିଲେ ଦିଅ ନଥିଲେ ନିଅ’, ‘ତାରେ ଜମିନ୍‍ ପର୍‍’, ‘ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର’ ଭଳି ଅନେକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସନାୟକ, ଦେବବ୍ରତ ଧୀର, ସଭାପତି ଶମ୍ଭୁକଲ୍ୟାଣ ଦାସ, ଉପସଭାପତି ଡଃ. ସୂର୍ଯ୍ୟପ୍ରକାଶ ଏସ୍‍. ଚୌଧୁରୀ, ସମ୍ପାଦିକା ଶୁଭ୍ରାଜ୍ୟାତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ଅସିତ୍‍ କୁମାର ସାହୁ, ଅମୂଲ୍ୟ ସ୍ୱାଇଁ, ପୱନ ପାତ୍ରୋ, ଇପ୍‍ସିତା, ଅଜାତ୍‍, ଜୋଷିକା, ନଭନିତ୍‍, ଭାଗ୍ୟଧର ସାମଲ, କିଶୋର ଦାସ ପ୍ରମୂଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.