Latest Odisha News

BREAKING NEWS

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖକୁ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ଆଉ ଏବେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଜାରି ରହିଛି । କିଏ କଂଗ୍ରେସ ଛାଡ଼ି ବିଜେଡିରେ ମିଶୁଛି, ଆଉ କିଏ ବିଜେପି ଛାଡ଼ି ବିଜେଡିରେ ମିଶୁଛନ୍ତି । ଆଜି କଳାହାଣ୍ଡିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିରେ ମିଶିଛନ୍ତି କଳାହାଣ୍ଡି ଜିଲ୍ଲାର ଆମ ଆଦମୀ ପାର୍ଟିର କର୍ମୀ, କଂଗ୍ରେସ କର୍ମୀ ଓ ବିଜେପି ନେତା । ସେମାନଙ୍କ ମଧ୍ୟରେ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ବିଗ୍ନରାଜ ପଣ୍ଡା,ବିଜେପିର ବୈଦ୍ୟନାଥ ଠାକୁର, ଗଣେଶ ବାହାଲ, ପ୍ରଦୀପ ନାୟକ, ରମାକାନ୍ତ ନାୟକ, ପ୍ରସନ୍ନ ସାହୁ ପରି ଅନେକ ନେତା ଓ ପଞ୍ଚାୟତ ପ୍ରତିନିଧି ସାମିଲ ହୋଇଛନ୍ତି.

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା କହିଛନ୍ତି. ଏହି ସମସ୍ତ ନେତା ଓ କର୍ମୀଙ୍କୁ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି । ସେମାନଙ୍କ ମିଶିବା ଦ୍ୱାରା କଳାହାଣ୍ଡି ସଂଗଠନ ଆହୁରି ମଜବୁତ ହେବାର ଲକ୍ଷ୍ୟ ବିଜେଡି ପକ୍ଷରୁ ରଖାଯାଇଛି । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି. ଏହାକୁ ଆହୁରି ତ୍ୱରାନ୍ୱିତ କରିବାରେ ସମସ୍ତଙ୍କ ଯୋଗଦାନ ସହାୟକ ହେଵ । ସାରା ରାଜ୍ୟର ବିକାଶ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବିକାଶ ପଥରେ ସମସ୍ତେ ସାମିଲ ହୋଇଥିବା ବିଜେଡି ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.