Latest Odisha News

BREAKING NEWS

ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଫସିଲେ କି ଅଭିଷେକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅଭିଷେକ ପୋରେଲଙ୍କ ବିରୋଧରେ ଜଣେ ମହିଳା ସାଂଘାତିକ ଅଭିଯୋଗ ଆଣିଛନ୍ତି । ଆଇପିଏଲରେ ଅଭିଷେକ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳନ୍ତି । କର୍ଣ୍ଣାଟକର ଜଣେ ମେଡିକାଲ ଷ୍ଟୁଡେଂଟ ଅଭିଯୋଗ କରିଛନ୍ତି ଯେ, ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଅଭିଷେକ ତାଙ୍କ ସହିତ ମାନସିକ ଓ ଶାରୀରିକ ସମ୍ପର୍କ ଯୋଡିଥିଲେ । ୩ ବର୍ଷ ହେବ ଆମ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ବୋଲି ସେ କହିଛନ୍ତି । ତେବେ ଅଭିଷେକ ଏହା ସମ୍ପୂର୍ଣ୍ଣ ଭାବେ ଭିତିହୀନ ବୋଲି କହିଛନ୍ତି ।

ଏବେ ଘଟଣା ଥାନାରେ ପଂହଚିଥିଲେ ମଧ୍ୟ ଅଭିଯୋଗ ଦାଖଲ ହୋଇନି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଷେକ କହିଛନ୍ତି ପୋଲିସ ମୋ ସହିତ କୌଣସି ପ୍ରକାରର ଯୋଗାଯୋଗ କରିନି । ମୋତେ ପଚରାଗଲେ ସମସ୍ତ ସତ୍ୟ କଥା କହିବି ବୋଲି ସେ କହିଛନ୍ତି । ଅଭିଷେକ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଘରୋଇ କ୍ରିକେଟରେ ବେଙ୍ଗଲ ଟିମ ପକ୍ଷରୁ ଖେଳିଥାନ୍ତି । ଆଇପିଏଲ ୨୦୨୬ ଶେଷ ହେବା ପରଠାରୁ ସେ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ସେ ଦିଲ୍ଲୀ ପକ୍ଷରୁ ୪ଟି ମ୍ୟାଚରେ ୧୦୮ ରନ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.