Latest Odisha News

BREAKING NEWS

ଦାମ ବଢିଲା ଏସି, ଫ୍ରିଜ ଓ ୱାସିଙ୍ଗ ମେସିନ ସହିତ ୧୯ଟି ସାମଗ୍ରୀ, ବୃଦ୍ଧି ହେଲା ସୀମା ଶୁଳ୍ପ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୯ଟି ସାମଗ୍ରୀ ଉପରେ ସୀମା ଶୁଳ୍ପ ବୃଦ୍ଧି କରିଛନ୍ତି, ଫଳରେ ଫ୍ରିଜ, ଏସି ଏବଂ ୱାସିଙ୍ଗ ମେସିନ ସମେତ ୧୯ଟି ସାମଗ୍ରୀ ମହଙ୍ଗା ହୋଇଛି ।

ବୁଧବାର ଦିନ କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି ଘଟିଥିବା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ଆମେରିକୀୟ ଡ଼ଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଅହେତୁକ ହ୍ରାସ ଘଟିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ।

ସୀମା ଶୁଳ୍କ ବୃଦ୍ଧି ହେବା ଫଳରେ ଯେଉଁସବୁ ସାମଗ୍ରୀ ଗୁଡ଼ିକ ମହଙ୍ଗା ସାବ୍ୟସ୍ତ୍ୟ ହୋଇଛି ସେଗୁଡ଼ିକ ହେଲା – ଏସି, କୃର୍ତ୍ତିମ ହୀରା, ଜୋତା, ରତ୍ନପଥର, ବିମାନ ଇନ୍ଧନ, ୱାସିଙ୍ଗ ମେସିନ, ଫ୍ରିଜ, ସାୱାର, ଅଫିସ ସାମଗ୍ରୀ, ସ୍ପିକର୍ , ପ୍ଲାଷ୍ଟିକ ରୋଷେଇଘର ସାମଗ୍ରୀ, ସୁଟକେସ, ଓ ପ୍ଲାଷ୍ଟିକ ବାକ୍ସ ପରି ପ୍ରାୟ ୧୯ଟି ସାମଗ୍ରୀର ଦାମ ବଢିଛି ।

ତେବେ ଏହି ସୀମା ଶୁଳ୍କ ୨୬ ସେପ୍ଟେମ୍ବର ୨୦୧୮ ମଧ୍ୟରାତ୍ରିରୁ ହିଁ ବୃଦ୍ଧି ଘଟିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛନ୍ତି ।

Leave A Reply

Your email address will not be published.