Latest Odisha News

BREAKING NEWS

ସୁଶାନ୍ତଙ୍କ ପରେ ବଲିଉଡ ମାଫିଆଙ୍କ ଟାର୍ଗେଟରେ ତନୁଶ୍ରୀ,ସୋସିଆଲ ସାଇଟରେ ଜଣାଇଲେ ଦୁଃଖ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ପରେ ବଳିଉଡ ମାଫିଆ ଏବେ ଅଭିନେତ୍ରୀ ତନୁଶ୍ରୀ ଦତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସେ ସୋସିଆଲ ସାଇଟରେ ଏ ନେଇ ସମସ୍ତଙ୍କୁ ଅବଗତ କରାଇବା ସହ ସ୍ପଷ୍ଟ ଭାବେ ଜଣାଇଛନ୍ତି ଯେ, ବଲିଉଡ ମାଫିଆ, ପଲିଟିକାଲ ସର୍କିଟ ଓ ଆଂଟି ନ୍ୟାଶନାଲ ଏଲିମେଂଟସ ଏବେ ମୋ ପଛରେ ପଡିଛନ୍ତି । ଯେତେ ବି ହଇରାଣ କଲେ ମୁଁ ଆତ୍ମହତ୍ୟା କରିବି ନାହିଁ । ଏପରିକି ସେ ଖୋଲାଖୋଲି ଭାବେ ଏ ନେଇ ସାହାଯ୍ୟ ମାଗିଛନ୍ତି । ପ୍ରଥମେ ମୋ ଚାକରାଣୀ ପାଣିରେ ଔଷଧ ଓ ଷ୍ଟେରୟଡ୍ସ ମିଶାଇ ପିଇବାକୁ ଦେଉଥିଲା । ବାରମ୍ବାର ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ମୁଁ ଏହି କଥା ଜାଣିପାରିଥିଲି । ଏହା ପରେ ଉଜ୍ଜୈନ ରହଣି ବେଳେ ୨ ଥର ମୋ ଗାଡିର ବ୍ରେକ ଫେଲ କରାଯାଇଥିଲା । ବଲିଉଡ କ୍ୟାରିୟରକୁ ଏକପ୍ରକାର ଧ୍ୱଂସ କରାଯାଇ ସାରିଲାଣି । ଉଜ୍ଜୈନରୁ ମୁମ୍ବାଇ ଫେରିବା ପରେ ମୋ ଘର ସାମ୍ନାରେ ଅଦ୍ଭୁତପୂର୍ଣ୍ଣ ଘଟଣା ଘଟିଥିଲା ।

ମି ଠୁ କ୍ୟାମ୍ପେନରେ ଯାହା ବିରୋଧରେ ଅଭିଯୋଗ ଆଣିଥିଲି ଉକ୍ତ ବ୍ୟକ୍ତି ଏବଂ ଏକ ଏନଜିଓ ମୋ ପଛରେ ପଡି ଯାଇଛନ୍ତି । ଏହା ସତ୍ୱେ ମୁଁ ଏଠି ।ହିବି, ଲଢ଼ିବି ଓ କ୍ୟାରିୟର ପ୍ରତି ଧ୍ୟାନ ଦେବି ବୋଲି ଦୃଢ଼ତା ସହକାରେ କହିଛନ୍ତି । ମୋତେ ମାନସିକ ଓ ଶାରୀରିକ ଚାପଗ୍ରସ୍ତ କରାଯାଉଛି । ଶେଷରେ ହେ କୃଷ୍ଣ, ମୋ ଭାଇ ମୋତେ ସାହାଯ୍ୟ କର ବୋଲି ଲେଖିଛନ୍ତି । ତନୁଶ୍ରୀଙ୍କ ଏହି ବୟାନ ଏବେ ପୁନର୍ବାର ବଲିଉଡକୁ କାଠଘରକୁ ଟାଣି ଆଣିଛି ।

Leave A Reply

Your email address will not be published.