Latest Odisha News

BREAKING NEWS

ପୁରୀରେ ଭୁଶୁଡ଼ିଲା ନିର୍ମାଣଧୀନ ଛାତ; ୫ ଜଣ ଶ୍ରମିକ ଉଦ୍ଧାର

ପୁରୀ: ପୁରୀ ସହରରେ ମଶାଣି ଚଣ୍ଡି ଛକ ନିକଟରେ ନିର୍ମାଣଧୀନ ଛାତ ଭୁଶୁଡ଼ି ଯାଇଛି । ନିର୍ମାଣ କାମ ଚାଲୁଥିବା ବେଳେ ଛାତଟି ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଥିବା ୫ ଜଣ ଶ୍ରମିକ ଫସିଯାଇଥିଲେ । ଓଡ୍ରାଫ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଛାତଟି ସଂଧ୍ୟା ସମୟରୁ ଭାଙ୍ଗିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ କିଛି ସମୟ ଲାଗିଥିଲା । ଘଟଣା ସ୍ଥଳର ସ୍ଥାନୀୟ ବାସିନ୍ଦା ଏବଂ ଓଡ୍ରାଫ କର୍ମଚାରୀଙ୍କ ସହଯୋଗରେ ୫ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.