Latest Odisha News

BREAKING NEWS

ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ: ସେନ୍ସର ବୋର୍ଡ, ମେକର୍ସଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ମୁମ୍ବାଇ: ଆଦିପୁରୁଷ ଫିଲ୍ମକୁ ନେଇ ଏକ ଯାଚିକା ଉପରେ ଶୁଣାଣୀ କରି ଲକ୍ଷ୍ନୌ ହାଇକୋର୍ଟ ଏହାର ମେକର୍ସ ଓ ସେନ୍ସରବୋର୍ଡଙ୍କୁ ଭର୍ତ୍ସନା କରିଛନ୍ତି । ଆପଣମାନେ ଆଗାମୀ ପିଢ଼ୀଙ୍କୁ କଣ ବାର୍ତା ଦେବାକୁ ଚାହୁଁଛନ୍ତି । ରାମାୟଣ, କୁରାନ, ଗୁରୁ ଗ୍ରନ୍ଥ ସାହିବ ଏବଂ ଗୀତା ପରି ପୌରାଣିତ ଗ୍ରନ୍ଥକୁ ଛାଡି ଦିଅନ୍ତୁ । ଫିଲ୍ମ ସମାଜର ଏକ ଦର୍ପଣ । ଏହା ମାଧ୍ୟମରେ ଭୁଲ ତଥ୍ୟ ପରିବେଷଣ ନ କରିବା ପାଇଁ କୋର୍ଟ କହିଥିଲେ । ଓକିଲ ରଞ୍ଜନ ଅଗ୍ନିହୋତ୍ରୀ ଫିଲ୍ମରେ ଦେଖା ଯାଇଥିବା ଆପତିଜନକ ତଥ୍ୟ ଏବଂ ଡାଇଲଗ ବିଷୟରେ ଅବଗତ କରାଇଥିଲେ । ହାଇକୋର୍ଟ ବିଚାରପତି ରାଜେଶ ସିଂ ଚୌହ୍ୱାନ ଓ ବିଚାରପତି ଶ୍ରୀପ୍ରକାଶ ସିଂଙ୍କୁ ନେଇ ଗଠିତ ବେଂଚ ଏହାର ଶୁଣାଣୀ କରିଥିଲେ ।

ଶୁଣାଣୀ ସମୟରେ ନିର୍ମାତା, ନିର୍ଦ୍ଦେଶକ ଏବଂ ଅନ୍ୟମାନଙ୍କ ଅନୁପସ୍ଥିତି ନେଇ ମଧ୍ୟ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଭୁଲଭାଲ ତଥ୍ୟ ଯୋଗୁ ଆଦିପୁରୁଷ ଫିଲ୍ମକୁ ଦର୍ଶକମାନେ ଗ୍ରହଣ କରି ନାହାନ୍ତି । ଏହାର ବ୍ୟବସାୟ ଦିନକୁ ଦିନ ଧରାଶାୟୀ ହେବାରେ ଲାଗିଛି । ସେନ୍ସର ବୋର୍ଡ କିପରି ଏଗୁଡିକ ଦେଖିପାରିଲା ନାହିଁ ବୋଲି କୋର୍ଟ ପକ୍ଷରୁ ପ୍ରଶ୍ନ କରାଯାଇଛି । ଜୁନ ୨୭ରେ ଏହାର ପରବର୍ତୀ ଶୁଣାଣୀ କରାଯିବ । ଓମ ରାଉତଙ୍କ ନିର୍ଦ୍ଦେଶନା ଏବଂ ମନୋଜ ମୁନ୍ତାଶିରଙ୍କ ଡାଇଲଗକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଉଛି ।

Leave A Reply

Your email address will not be published.