Latest Odisha News

ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ଦ୍ବିତୀୟ ଥର ନିର୍ବାଚିତ

କଟକ: ଓଡ଼ିଶା ହାଇକୋର୍ଟର ଜଣାଶୁଣା ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ରାଜ୍ୟ ବାର କାଉନସିଲକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି। ନିଆରା ଢଙ୍ଗରେ ବିନା ପୋଷ୍ଟର ବ୍ୟାନର ତଥା ଅର୍ଥବଳକୁ ବ୍ୟବହାର ନକରି ଚଳିତବର୍ଷ ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିବା ଶ୍ରୀ ତ୍ରିପାଠୀ ତାଙ୍କର ବିଜୟ ରାଜ୍ୟର ସ୍ୱାଭିମାନୀ ଆଇନଜୀବୀ ମାନଙ୍କ ବିଜୟ ବୋଲି କହିଛନ୍ତି।

BjdElectrycity

ରାଜ୍ୟରେ ଆଇନଜୀବୀ ମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧିଲାଗି ଆଡ଼ଭୋକେଟ ଏକାଡେମୀ ପ୍ରତିଷ୍ଠା ସହିତ ସବୁ ବାରରେ ଇ-ଲାଇବ୍ରେରୀ ପାଇଁ ବନ୍ଦୋବସ୍ତ କରିବା ,ରାଜ୍ୟ ଆଇନଜୀବୀ ପରିଷଦର ପ୍ରାଥମିକତା ଆଇନଜୀବୀ ମାନଙ୍କ କଲ୍ୟାଣ ପାଣ୍ଠି ବୃଦ୍ଧି ସହ ସେମାନଙ୍କୁ ରାଜ୍ୟ ସରକାର ସ୍ବାସ୍ଥ୍ୟବୀମା ଯୋଗାଇଦେବା ଦିଗରେ ସେ ଉଦ୍ୟମ କରିବେ ବୋଲି କହିଛନ୍ତି।

ଆଇନଜୀବୀ ମାନଙ୍କର ସ୍ୱାଭିମାନ ରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ରାଜ୍ୟ ଆଇନଜୀବୀ ପରିଷଦରେ “ଗୋଟିଏ ବାର ଗୋଟିଏ ଭୋଟ” ପ୍ରସଙ୍ଗ ଉତଥାପନ କରି ବିଭୁ ତ୍ରିପାଠୀ ଆଇନଜୀବୀ ତଥା ବାର ଆସୋସିଏସନ ଦ୍ୱାରା ବିଭିନ୍ନ ସମୟରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ , ବାଙ୍ଗାଲୋର ଆଇନ ବିଶ୍ୱବିଦ୍ୟାଳୟ ଓ ସିଙ୍ଗାପୁରରେ ଆଇନ ସମ୍ବନ୍ଧୟ ପାଠ ପଢ଼ିବା ସହ ଭାରତୀୟ ବାର ଆସୋସିଏସନର ଯୁଗ୍ମ ସମ୍ପାଦକ ଭାବେ ସେ କାର୍ଯ୍ୟ କରୁଛନ୍ତି। ଶ୍ରୀକ୍ଷେତ୍ର ପୁରୀ, ମିଶ୍ର ସାହିରେ ଜନ୍ମିତ ତଥା ବିଶ୍ୱମ୍ବର ବିଦ୍ୟାପୀଠର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ (ପ୍ରଧାନଶିକ୍ଷକ) ସ୍ୱର୍ଗତ ଦିବାକର ତ୍ରିପାଠୀଙ୍କର ସୁପୁତ୍ର ହେଉଛନ୍ତି ବିଭୁ ତ୍ରିପାଠୀ। ରାଜ୍ୟର ବିଭିନ୍ନ ଗଣ ସଙ୍ଗଠନ ଭାଷାପ୍ରେମୀ ମଧୁପ୍ରେମୀ ତଥା ବିଭିନ୍ନ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀ ମାନେ ବିଭୁ ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.