Latest Odisha News

BREAKING NEWS

ଫିଫା ମହିଳା ବିଶ୍ୱକପ: ସ୍ୱୀଡେନ, ସ୍ପେନ ସେମିରେ

ଅକଲାଣ୍ଡ; ଚଳିତ ଫିଫା ମହିଳା ବିଶ୍ୱକପର ସେମିଫାଇନାଲରେ ସ୍ୱୀଡେନ ଓ ସ୍ପେନ ପ୍ରବେଶ କରିଛନ୍ତି । ଅକଲାଣ୍ଡରେ ଅନୁଷ୍ଠିତ ପ୍ରଥମ ସେମିରେ ସ୍ୱୀଡେନ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ଆମାଣ୍ଡା ଇଲେଷ୍ଟଡ ଓ ଫିଲିପା ଆଲେଞ୍ଜଡାଲ ବିଜୟୀ ଦଳ ପକ୍ଷରୁ ଗୋଲ ସ୍କୋର କରିଥିଲେ । ମ୍ୟାଚର ଶେଷ ଭାଗରେ ଜାପାନର ହୋନୋକା ହାୟାସି ଏକମାତ୍ର ଗୋଲଟି ଦେଇଥିଲେ । ଏହା ପରେ ସେମାନଙ୍କ ନିକଟରେ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଆଉ ସୁଯୋଗ ରହି ନଥିଲା । ୱେଲିଂଟନରେ ଅନୁଷ୍ଠିତ ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନ ୨-୧ ଗୋଲରେ ନେଦରଲାଣ୍ଡକୁ ପରାସ୍ତ କରିଥିଲା ।

ନିର୍ଦ୍ଧାରିତ ସମୟରେ ଉଭୟ ଟିମ ଗୋଟିଏ ଲେଖାଁଏ ଗୋଲ କରି ମ୍ୟାଚକୁ ରୋମାଂଚକ ସ୍ଥିତିକୁ ଆଣି ଦେଇଥିଲେ । ଅତିରିକ୍ତ ସମୟରେ ସଲମା ପାରାଲୁଏଲୋ ଗୋଲ କରି ଦଳକୁ ବିଜୟୀ କରାଇଥିଲେ । ୮୧ତମ ମିନିଟରେ ମାରିଓନା କାଲଡେଂଟି ସ୍ପେନ ପକ୍ଷରୁ ଓ ଷ୍ଟିଫାନି ଭାନ ଡର ଗ୍ରେଟ ୯୧ ତମ ମିନିଟରେ ନେଦରଲାଣ୍ଡ ତରଫରୁ ଗୋଲ ଦେଇଥିଲେ ।

Leave A Reply

Your email address will not be published.