Latest Odisha News

BREAKING NEWS

ୟାସିନ ମଲିକ ମାମଲା: ଅମିତଙ୍କ ଗୁଗଲୀରେ ଆଉଟ ହେଲେ ଆଫ୍ରିଦୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଫଣ୍ଡିଂ କରିବା ଅଭିଯୋଗରେ ୟାସିନ ମଲିକ ଦୋଷ ସ୍ୱୀକାର କରିଛନ୍ତି । ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ବିରୋଧରେ ଦଣ୍ଡ ଶୁଣାଇବ । ପୁନର୍ବାର ଭାରତର ଆଭ୍ୟନ୍ତରୀଣ ମାମଲାରେ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟର ଶାହୀଦ ଆଫ୍ରିଦୀ । ତେବେ ଆଫ୍ରିଦୀଙ୍କ ବୟାନ ପରେ ଭାରତର ଲେଗ ସ୍ପିନର ଅମିତ ମିଶ୍ର ଏପରି ଏକ ଗୁଗଲୀ ପକାଇଲେ ଯେ, ତାଙ୍କ ମୁହଁ ବନ୍ଦ ହୋଇଯାଇଛି ।

ଆଫ୍ରିଦୀ ଟୁଇଟ କରିଥିଲେ ଯେ, କଶ୍ମୀରରେ ମାନବାଧିକାରର ଉଲ୍ଲଘଂନ କରାଯାଉଛି । ଯିଏ ଏହା ବିରୋଧରେ ସ୍ୱର ଉଠାଉଛି ତାକୁ ଚୁପ କରି ଦିଆଯାଉଛି । ଏ ସବୁ ସତ୍ୱେ କଶ୍ମୀରରେ ସ୍ୱାଧୀନତା ପାଇଁ ଲଢ଼େଇ ଜାରୀ ରହିବ । ୟୁଏନ ନିକଟରେ ମୁଁ ଏ ନେଇ ଆବେଦନ କରିବି । ଏହାର ଜବାବରେ ଅମିତ ଲେଖିଥିଲେ ପ୍ରିୟ ଶାହୀଦ, ୟାସିନ ମଲିକ କୋର୍ଟ ରୁମରେ ନିଜ ଦୋଷ ସ୍ୱୀକାର କରିଛନ୍ତି । ତୁମର ଜନ୍ମତିଥି ପରି ଏହା ଭ୍ରାନ୍ତିକାରକ ନୁହେଁ । ତାଙ୍କର ଏହି ଜବାବ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.