Latest Odisha News

BREAKING NEWS

ଦୀର୍ଘଦିନର ଦାବି ପରେ ନିଲାମ ହେଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ; ବର୍ଷକୁ ରାଜସ୍ବ ବାବଦକୁ ଦେବେ ଏତିକି ଟଙ୍କା…

ହୁମା:ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିଲାମ ପ୍ରକ୍ରିୟାରେ ୯ ଜଣ ବ୍ୟକ୍ତି ଭାଗ ନେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ନିଲାମଧାରୀ ଘୋଷଣା ହୋଇଥିଲା। ବର୍ଷକୁ ରାଜସ୍ବ ବାବଦକୁ ୪୭ ଲକ୍ଷ ୫୬ ହଜାର ନିଲାମଧାରୀ ପୈଠ କରିବେ ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଥାଉକି, ହାଟ ନିଲାମ ପ୍ରକ୍ରିୟା ବିଳମ୍ବ ନେଇ ବାରମ୍ବାର ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳୁଥିଲା।

ଏହି ନିଲାମ ପ୍ରକ୍ରିୟାରେ ଉପଜିଲାପାଳ ଡଃ ଶିବାଶିଷ ବରାଳ, ମତ୍ସ୍ୟ ବିଭାଗ ଡେପୁଟି ଡାଇରେକ୍ଟର ମନୋରଞ୍ଜନ ଦାସ, ବିଡିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ସାହୁ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଅମୀୟ ନାୟକ, ସମିତି ସଭ୍ୟ ତଥା ଭାଜପା ହୁମା ମଣ୍ଡଳ ସଭାପତି ଧ୍ରୁବଚରଣ ପଲାଇ, ହୁମ୍ମା ସରପଞ୍ଚ ଜାନକୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.